ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା କଂଗ୍ରେସ ସଭାପତି ଭକ୍ତ ଦାସ ଆହତ ହୋଇଛନ୍ତି। ଅଣନିଶ୍ୱାସୀ ହେବା ସହ ଡାହାଣ ହାତରେ ଆଘାତ ଲାଗିଛି। କିଛି ସମୟ ପାଇଁ ଭକ୍ତ ଦାସ ଆମ୍ବୁଲାନ୍ସରେ ଭର୍ତ୍ତି କରାଯାଇଥିଲା। ଶିଶୁଭବନ ଛକ ଆସିବାବେଳେ ଠେଲାପେଲାରେ ଏଭଳି ଘଟଣା ଘଟିଛି । ମଙ୍ଗଳବାର ପିସିସି ସଭାପତି ଓଡ଼ିଶାରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବାକୁ ଦଳୀୟ କର୍ମକର୍ତ୍ତାଙ୍କ ଭିଡ ଲାଗିଥିଲା। ଭକ୍ତଙ୍କ ଲାଗି ସୁରରାଉତ ରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ନାଚୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ସ୍ବାଗତ ସମ୍ବର୍ଦ୍ଧନା ଲାଗି ଜୋରଦାର ପ୍ରସ୍ତୁତି ବେଳେ ଜାତୀୟ କଂଗ୍ରେସ ନାରାରେ ପୁରା ଅଞ୍ଚଳ କମ୍ପୁଥିଲା। ଭକ୍ତ ମଧ୍ୟ ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ ପରିବର୍ତ୍ତନ ହେବା । ଆମେ ସମସ୍ତେ ଓଡ଼ିଶାର ବିକାଶ ଲାଗି କାମ କରିବୁ। ମାତ୍ର ଏହାର କିଛି ସମୟପରେ ପଦଯାତ୍ରାରେ ଏଭଳି କାଣ୍ଡ ଘଟିଥିଲା।






More Stories
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….
ଆଜିଠୁ ସୁଭଦ୍ରା ଆବେଦନ…..