Report Card Odisha

| Daily Odia News

କଂଗ୍ରେସର ଦେଶବ୍ୟାପୀ ପ୍ରତିବାଦ, ପ୍ରିୟଙ୍କା,ରାହୁଲଙ୍କୁ ଉଠାଇନେଲା ପୋଲିସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୁଦ୍ରାସ୍ଫୀତି, ଦରଦାମ୍‌ ବୃଦ୍ଧି, ‘ଜିଏସ୍‌ଟି’ ଏବଂ ବେକାରୀ ସମସ୍ୟାକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦକରାଯାଉଛି | ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରା କରୁଥିବା ରାହୁଲ୍‌ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଶଶୀ ଥରୁରଙ୍କ ସମେତ କେତେକ କଂଗ୍ରେସ ନେତାଙ୍କୁ ପୋଲିସ ଅଟକ ରଖିଛି। ପ୍ରତିବାଦ ପଦଯାତ୍ରା ପାଇଁ ଦିଲ୍ଲୀ ପୋଲିସ ଅନୁମତି ଦେଇ ନ ଥିବା ସତ୍ତ୍ବେ କଂଗ୍ରେସ ବ୍ୟାପକ ପ୍ରତିବାଦ ଚଳାଇଛି। ତେଣୁ, ବାରିକେଡ୍‌ ବସାଇ ପାରାମିଲିଟାରି ବଳ ଏବଂ ଦିଲ୍ଲୀ ପୋଲିସ ବିଜୟ ଚୌକ ଏବଂ ପାର୍ଲାମେଣ୍ଟ୍‌ରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପଡ଼ିଥିବା ରାସ୍ତା ଅବରୋଧ କରିଛି। ପ୍ରତିବାଦକାରୀ କଂଗ୍ରେସ ସାଂସଦମାନଙ୍କୁ ଅଟକାଇବା ଲାଗି ବାରିକେଡ୍‌ର ପଛରେ ମହିଳା ପାରାମିଲିଟାରି ବଳ ଧାଡ଼ିବାନ୍ଧି ଠିଆହୋଇଛନ୍ତି। କଂଗ୍ରେସ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଓ କରିବା ପାଇଁ ମଧ୍ୟ ଯୋଜାନା କରିଛନ୍ତି। ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିଛନ୍ତି, ସମ୍ପ୍ରତି ଭାରତରେ ଗଣତନ୍ତ୍ର ନାହିଁ। ଆମ ଦେଶ ୪ଜଣଙ୍କ ଏକଚ୍ଛତ୍ରବାଦରେ ଚାଲିଛି। ରାଷ୍ଟ୍ରପତି ଭବନ ଅଭିମୁଖେ ପ୍ରତିବାଦ ପଦଯାତ୍ରାର ନେତୃତ୍ବ ନେଇଥିବା ରାହୁଲ୍‌ ଗାନ୍ଧୀଙ୍କୁ ପ୍ରଥମେ ପୋଲିସ ଅଟକ ରଖିଥିଲା। ଏହା ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୋଲିସ ଅଟକ ରଖିଲା। କଂଗ୍ରେସ ଟୁଇଟ୍‌ କରିଥିବା ଏକ ଭିଡିଓରେ ଦେଖାଯାଉଛି, ସହଯୋଗୀମାନେ ଖାଦ୍ୟ ସାମଗ୍ରୀ ଉପରେ ସରକାରଙ୍କ ‘ଜିଏସ୍‌ଟି’ ଲାଗି ନିଷ୍ପତ୍ତିକୁ ବିରୋଧ କରି ‘ସ୍ଲୋଗାନ୍‌’ ଦେଉଥବା ବେଳେ ପାର୍ଲାମେଣ୍ଟ୍‌ରେ ସୋନିଆ ଗାନ୍ଧୀ ମଧ୍ୟ ଠିଆହୋଇଛନ୍ତି।|

Breaking News