ରିପୋର୍ଟ କାର୍ଡ / ପୁରୀ
କୋଭିଡ୍ ବେଳେ ଶ୍ରୀମନ୍ଦିରର ଚାରି ଦ୍ୱାର ବନ୍ଦ ଥିଲା। କୋଭିଡ୍ ପରେ ଏବେ କାହିଁକି ଦ୍ୱାର ବନ୍ଦ ରହିଛି | କାର୍ତ୍ତିକମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଉ। ଏଥିସହ ରତ୍ନଭଣ୍ଡାର ଖୋଲି ଗଣତି କରାଯାଉ ଓ ବେଦାନ୍ତ ଅଧିକୃତ ଜମି ମଧ୍ୟ ଚାଷୀଙ୍କୁ ଫେରାଇ ଦିଆଯାଉ। ଏହି ସବୁ ଦାବି ନେଇ ପୁରୀରେ ପ୍ରତିବାଦ କରିଛି କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶାଳ ରାଲି ଶରଧା ବାଲିରୁ ବାହାରି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ପରେ କଂଗ୍ରେସ କର୍ମୀମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତକୁ ଧସେଇ ପଶିଥିଲେ। ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ନେତୃବୃନ୍ଦ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବି ପତ୍ର ଦେଇଥିଲେ। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ଜୟପୁରର ବିଧାୟକ ତାରା ବାହିନୀ ପତି ଓ ଜଟଣୀ ବିଧାୟକ ସୁର ରାଉତରାଏ ଓ ତାଙ୍କ ବଡ଼ ପୁଅ ଉପସ୍ଥିତ ଥିଲେ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..