Report Card Odisha

| Daily Odia News

କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ ତାଲିକା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଂଗ୍ରେସ ୧୨୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବା ସହ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଛି । ମହିଳାଙ୍କ ନାମ ଘୋଷଣା ସମୟରେ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ଏହି ମହିଳାମାନେ ସଂଘର୍ଷ କରିବାକୁ ଯାଉଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ନିର୍ବାଚନରେ କଂଗ୍ରେସ ଉନ୍ନାଓ ଦୁଷ୍କର୍ମ ଶିକାର ହୋଇଥିବା ପୀଡ଼ିତାଙ୍କ ମାତା ଆଶା ସିଂଙ୍କୁ ମଧ୍ୟ କଂଗ୍ରେସ ଟିକଟ ଦେଇଛି। ଏଥି ସହ କଂଗ୍ରେସର ଏହି ତାଲିକାରେ ୪୦% ପ୍ରାର୍ଥୀ ଯୁବବର୍ଗର ରହିଥିବା କହିଛି କଂଗ୍ରେସ ।

ଯୁବବର୍ଗଙ୍କୁ କଂଗ୍ରେସ ପ୍ରାଥମିକତା ଦେବାକୁ ଚେଷ୍ଟା କରୁଥିବା ପ୍ରିୟଙ୍କା କହିଛନ୍ତି । କଂଗ୍ରେସର ପ୍ରାର୍ଥୀ ତାଲିକାରେ କିଛି ମହିଳା ଗଣମାଧ୍ୟମ ପ୍ରତିନିଧି ଥିବା ମଧ୍ୟ ଜଣାପଡ଼ିଛି ।

Breaking News