ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ମୋଟରସାଇକେଲରେ ଛୋଟ ପିଲାଙ୍କୁ ବସାଇ ଯିବା ଆସିବା କଲେ ଟ୍ରାଫିକ୍ ରେ ଚାଲାଣ କଟିପାରେ । ନୂଆ ମୋଟର ଯାନ ଆଇନ ଅନୁସାରେ, ଚାରି ବର୍ଷରୁ ଅଧିକ ବର୍ଷର ପିଲାଙ୍କୁ ବାଇକ୍ ରେ ବସାଇ ନେବା ଦ୍ୱାରା ଚାଲାଣ କଟାଯିବ । ଚାରି ବର୍ଷରୁ ଅଧିକ ବୟସର ପିଲାଙ୍କୁ ତୃତୀୟ ବ୍ୟକ୍ତି ବୋଲି ଧରାଯିବ ଓ ଆପଣ ମାନେ ଚାଲାଣ ଗଣିବେ । ମୋଟର ଯାନ ଅଧିନିୟମର ଧାରା ୧୯୪A ଅଧୀନରେ ଆପଣ ଯଦି ଏହି ନିୟମର ଉଲଂଘନ କରୁଛନ୍ତି ତେବେ ୧୦୦୦ ଟଙ୍କା ଚାଲାଣ କଟାଯାଇପାରେ । ଏହା ବ୍ୟତୀତ ଚାରି ବର୍ଷରୁ ଅଧିକ ପିଲାଙ୍କୁ ବାଇକ୍ ରେ ନେବା ସମୟରେ ଯଦି ହେଲମେଟକ୍ ପିନ୍ଧାଉ ନାହାନ୍ତି ତାହେଲେ ବି ଆପଣଙ୍କୁ ୧୦୦୦ ଟଙ୍କାର ଫାଇନ୍ ଦେବାକୁ ପଡ଼ିପାରେ । ତେଣୁ ଆପଣ ମାନେ ନିୟମକୁ ଭଲ ଭାବରେ ମାନି ଗାଡ଼ି ଚଲାନ୍ତୁ ।






More Stories
ନିର୍ବାଚନରେ ଜିତିଲେ ଦିଦି;ଭାଜପା ଚିତ୍ପଟାଙ୍ଗ…..
ରାମମନ୍ଦିର ଦାନ ଅର୍ଥ ଆତ୍ମସାତ୍ ମାମଲା;ଚମ୍ପତ ରାୟ,ଅନିଲ ମିଶ୍ର ଦୋଷମୁକ୍ତ…..
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..