ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ଶନିବାର ଉଭୟ କଂଗ୍ରେସ ଓ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ କଂଗ୍ରେସ ୨୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଦଳ ୧୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କଂଗ୍ରେସ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବସନ୍ତ ପୁରକେଙ୍କୁ ରାଲେଗାଓଁରୁ ପ୍ରାର୍ଥୀ କରିଥିବା ବେଳେ ଅନୁଜା କେଦାରଙ୍କୁ ସାଭନେରରୁ ପ୍ରାର୍ଥୀ କରିଛି। ଅନ୍ୟମାନଙ୍କ ମଧ୍ୟରେ ଜଲନାରୁ କୈଳାସ ଗୋରାଣ୍ଟିଆଲ ଏବଂ ସିବ-କୋଠିୱାଡାରୁ ଗଣେଶ ଯାଦବ ଅଛନ୍ତି। ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଧୁଲେରୁ ଅନୀଲ ଗୋଟେ, ହିଙ୍ଗୋଲିରୁ ରୂପାଲି ପାଟିଲ, ଶିବଡ଼ିରୁ ଅଜୟ ଚୌଧୁରୀ ଏବଂ ବାଇକୁଲ୍ଲାରୁ ମନୋଜ ଜାମସୁତକରଙ୍କୁ ପ୍ରାର୍ଥୀ କରିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୨୯ ରହିଛି। ନଭେମ୍ବର ୨୦ ତାରିଖରେ ମତଦାନ ହେବାକୁ ଥିବା ବେଳେ ନଭେମ୍ବର ୨୩ ତାରିଖରେ ଭୋଟ ଗଣତି ହେବ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..