ରିପୋର୍ଟ କାର୍ଡ / ଭୁବନେଶ୍ବର
ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ମାମଲାରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ହେଇଛି। ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୫ କଂଗ୍ରେସ କର୍ମକର୍ତ୍ତାଙ୍କୁ ବହିଷ୍କାର କରିଛି। ପିସିସି ସଭାପତି ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛନ୍ତି। ଗତ ଜୁନ ୨୧ରେ ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ନିଜ ଚ୍ୟାମ୍ବରରେ ବସିଥିବା ବେଳେ କିଛି ଅସନ୍ତୁଷ୍ଟ ଗୋଷ୍ଠୀର ଯୁବକମାନେ ହଠାତ୍ ତାଙ୍କ ଚ୍ୟାମ୍ବରକୁ ପଶି ଆସିଥିଲେ। ପିସିସି ସଭାପତିଙ୍କ ଉପରେ ଯୁବକମାନେ କାଳିମାଡ଼ କରିଥିଲେ ଓ ପରେ ସେଠାରୁ ପଳାଇ ଯାଇଥିଲେ। ବହିଷ୍କୃତ ହୋଇଥିବା କର୍ମକର୍ତ୍ତାମାନେ ହେଲେ, ପ୍ରକାଶ ମିଶ୍ର୍, ଶ୍ରୀୟାସ୍ମିତା ପଣ୍ଡା, ସନ୍ଦିପ ରାଉତରାୟ, ଅମରେଶ ପରିଡା ଓ ଆରୟନ ସାମଲ। କାଳିମାଡ଼ ଘଟଣାରେ ବହିଷ୍କୃତ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀୟାସ୍ମିତା ପଣ୍ଡା ରବିବାର ଧାରଣାରେ ବସିଛନ୍ତି। ସେ କହିଛନ୍ତି, ଦଳ ବିରୋଧୀ କାର୍ଯ୍ୟରେ ତାଙ୍କର କୌଣସି ସଂପୃକ୍ତି ନାହିଁ। ବିନା କାରଣ ଦର୍ଶାଇ ଦଳକୁ କଢ଼ାଯାଇଛି। ପିସିସି ସଭାପତି, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଏବଂ ମିଡିଆ ସେଲ ଅଧ୍ୟକ୍ଷଙ୍କ ବିରୋଧରେ ଏଫଆଇଆର ଦେବା ସହ ଆତ୍ମହୁତି କରିବାକୁ ଚେତାବନୀ ଦେଇଛନ୍ତି ଶ୍ରୀୟା।






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..