ରିପୋର୍ଟ କାର୍ଡ / ଅହମଦାବାଦ
ପୁଣିଥରେ ଚେକିଂ ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ପୋଲିସ କର୍ମଚାରୀ। ଗୁଜରାଜଟର ଆନନ୍ଦ ଜିଲ୍ଲାରେ ଚାଲିଥିବା ଚେକିଂ ବେଳେ ଜଣେ କନଷ୍ଟେବଲଙ୍କ ଉପରେ ଟ୍ରକ୍ ମଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଜିଲ୍ଲାର ବୋରସାଦ ପୋଲିସ ଷ୍ଟେସନରେ ଏହି କନଷ୍ଟେବଲ ଜଣଙ୍କ କାର୍ଯ୍ୟ କରୁଥିଲେ। ବାସାଦ-ବାଗୋଦାରା ଜାତୀୟ ରାଜପଥ ନିକଟରେ ଯାଇଥିବା ବୋରସାଦ-ଦାବାହାସି ସର୍ଭିସ ରୋଡ୍ରେ ନାଇଟ ଚେକିଂ ଏପରି ଏକ ଏହି ଭୟଙ୍କର ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୧ଟା ବେଳେ ସର୍ଭିସ ରୋଡ୍ରେ ପୋଲିସ ଚେକିଂ କରୁଥିଲା। ଏହି ସମୟରେ କନଷ୍ଟେବଲ କିରନ ରାଜ ସାମ୍ନାରୁ ଆସୁଥିବା ଗୋଟିଏ ଦ୍ରୁତଗାମୀ ଟ୍ରକ୍କୁ ଅଟକାଇବାକୁ ଚାହିଁଥିଲେ। ହେଲେ ଟ୍ରକ୍ ଡ୍ରାଇଭର ଜଣଙ୍କ କିଛି ବି ଶୁଣି ନଥିଲେ। ସେ ସିଧା କନଷ୍ଟେବଲ ରାଜଙ୍କ ଉପରେ ଟ୍ରକ୍ ମଡ଼ାଇ ଦେଇଥିଲେ। ଫଳରେ ସେ ରାସ୍ତାରେ ବେଶ କିଛି ବାଟ ଛିଟିକି ପଡ଼ିଥିଲେ। ତାଙ୍କୁ ଅନ୍ୟ ପୋଲିସ କର୍ମଚାରୀମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ହେଲେ ବୁଧବାର ଦିନ ୧୦.୩୦ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ଆନନ୍ଦ ଜିଲ୍ଲାର ଏସ୍ପି ଅଜିତ ରାଜିଆନ କହିଛନ୍ତି, “ଚେକିଂରୁ ବର୍ତ୍ତି ପାଇଁ ଟ୍ରକ୍ ଡ୍ରାଇଭର ଜଣଙ୍କ ଏପରି କରିଛନ୍ତି। ଏଥିପାଇଁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ କନଷ୍ଟେବଲ ରାଜଙ୍କ ମୃତ୍ୟୁ ଘଟିଥିବା ବେଳେ ନାଇଟ ଡ୍ୟୁଟିରେ ଥିବା ଆଉ ଜଣେ ହୋମଗାର୍ଡ ଆହତ ହୋଇଛନ୍ତି।” ଘଟଣା ପରେ ଟ୍ରକ୍ ଡ୍ରାଇଭର ଜଣକ ଫେରାର ହୋଇ ଯାଇଛି। ଏବେ ଆନନ୍ଦ ପୋଲିସ ବିଭିନ୍ନ ସ୍ଥାନରେ ଚେକିଂ କରି ଫେରାର ଡ୍ରାଇଭରକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଟ୍ରକଟି ରାଜସ୍ଥାନର ହୋଇଥିବା ବେଳେ ଏଥିରେ ଇଣ୍ଡଷ୍ଟ୍ରିଆଲ ପାଉଡର ଲୋଡ୍ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..