Report Card Odisha

| Daily Odia News

ଭୁବନେଶ୍ୱରକୁ ଫେରିଲା କଣ୍ଟେନ୍‌ମେଣ୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜଧାନୀ ଭୁବନେଶ୍ୱର ବମିଖାଲ ଜୟଦୁର୍ଗା ଅଞ୍ଚଳର ଦୁଇ ଜଣ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ନିକଟରେ କୋଭିଡ୍‌ ଚିହ୍ନଟ ହେବାପରେ ପ୍ଲଟ ନମ୍ବର – ୧୩୦୩/୧୩୦୪ ଅଞ୍ଚଳକୁ ବିଏମ୍‌ସି ପକ୍ଷରୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ସଂକ୍ରମଣ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ମହାମାରୀ ଆଇନ ୧୮୯୭ର ଆଧାରରେ କୋଭିଡ୍‌ ୧୯ ନିୟନ୍ତ୍ରଣ ପାଇଁ ଜାରି ମାର୍ଗଦର୍ଶିକା ଅନୁସାରେ ବିଏମ୍‌ସିର ଆଞ୍ଚଳିକ ଡେପୁଟି ନିର୍ଦେଶକ (ଦକ୍ଷିଣ- ପୂର୍ବ) ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ବମିଖାଲ ଜୟଦୂର୍ଗା ନଗରର (ପ୍ଲଟ ସଂଖ୍ୟା ୧୩୦୩/୧୩୦୪)ରେ ଏହି ଦୁଇ ବିଦେଶ ଫେରନ୍ତା ବ୍ୟକ୍ତି କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳରୁ କେହି ବାହରକୁ ବାହାରିବା ଏବଂ ସେଠାରେ ଅନ୍ୟ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କଣ୍ଟେନମେଣ୍ଟ ଅଞ୍ଚଳରେ ବସବାସ କରୁଥିବା ସମସ୍ତଙ୍କୁ କଡାକଡି ଭାବେ ଘରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ବିଏମ୍‌ସି ପକ୍ଷରୁ ସେଠାରେ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

Breaking News