ରିପୋର୍ଟ କାର୍ଡ / କୋଲାକାତା
ବାଲିଗଞ୍ଜ ବିଧାନସଭା ଉପନିର୍ବାଚନରେ ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଟିଏମ୍ସି ନେତା ବାବୁଲ ସୁପ୍ରିୟୋଙ୍କୁ ବିଧାୟକ ଭାବେ ଶପଥ ଦେବାକୁ ନେଇ ଚାଲିଥିବା ବିବାଦ ପୁଣି ନୂଆ ମୋଡ଼ ନେଇଛି। ଶନିବାର ରାଜ୍ୟପାଳ ଜଗଦୀପ ଧନଖଡ଼ ଏକ ଆଦେଶନାମା ଜାରି କରି ବିଧାନସଭାର ଉପ ବାଚସ୍ପତି ଆଶୀଷ ବାନାର୍ଜୀଙ୍କୁ ନବ ନିର୍ବାଚିତ ଟିଏମ୍ସି ବିଧାୟକଙ୍କୁ ଶପଥ ଦେବାକୁ ଅଧିକାର ପ୍ରଦାନ କରିଛନ୍ତି। ତେବେ ଉପବାଚସ୍ପତି କହିଛନ୍ତି ଯେ ବିଧାନସଭାର ବାଚସ୍ପତି ଉପଲବ୍ଧ ଥିବାରୁ ସେ ସୁପ୍ରିୟୋଙ୍କୁ ଶପଥ ପାଠ କରାଇବା କିଛି ଆବଶ୍ୟକ ନାହିଁ। ସୂଚନାଯୋଗ୍ୟ, ବାବୁଲ ସୁପ୍ରିୟୋଙ୍କୁ ପୂର୍ବରୁ ଶପଥ ଦେବା ପାଇଁ ରାଜ୍ୟପାଳଙ୍କ ପାଖକୁ ଯାଇଥିବା ଫାଇଲ୍କୁ ରାଜ୍ୟପାଳ ଫେରାଇ ଦେଇଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବାପରେ ଶନିବା ରାଜ୍ୟପାଳ ନୂଆ ନିର୍ଦ୍ଦେଶନାମା ଜାରି କରି ଏହି ଦାୟିତ୍ବ ଉପ ବାଚସ୍ପତିଙ୍କୁ ଦେଇଥିଲେ। ଶନିବାରେ ସୁପ୍ରିୟୋ ମଧ୍ୟ ଟ୍ବିଟ୍ କରି କହିଛନ୍ତି ଯେ ରାଜ୍ୟପାଳ ତାଙ୍କ ଶପଥ ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିପାଇଁ ସେ ଦୁଃଖିତ।






More Stories
କଂଗ୍ରେସ ଛାଡ଼ି ପାରନ୍ତି ସୋଫିଆ ଫିର୍ଦୋସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..
୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ…..