ରିପୋର୍ଟ କାର୍ଡ / ରାଉରକେଲା
ବାପାର ରାଗ ଆଗରେ ବଳି ପଡିଗଲା ୩ କଅଁଳ ଜୀବନ । ନିର୍ମମ ଭାବରେ ହତ୍ୟା କରି କୂଅରେ ଫିଙ୍ଗି ଦେଇଛି ନୃସଂସ ବାପା । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଲଡା ଅଞ୍ଚଳରେ । ଏହି ଘଟଣା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ୩ ଜଣ ଶିଶୁଙ୍କୁ ନିର୍ମମ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ୩ ଜଣ ଶିଶୁଙ୍କୁ ହତ୍ୟା କରିଛି ନୃସଂସ ବାପା । ଗୋଟିଏ ପରିବାରର ୩ ଜଣ ଶିଶୁଙ୍କୁ ହତ୍ୟା କରିବା ପରେ କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଏକ ଅମାନବୀୟ କାଣ୍ଡ ଘଟାଇବାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ହତ୍ୟା କରିବା ପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇତିବା ସୂଚନା ମିଳିଛି । ତେବେ ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛିି ।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….