ରିପୋର୍ଟ କାର୍ଡ /ବାଲେଶ୍ୱର
ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି| କରମଣ୍ଡଳ ଏକ୍ସପ୍ରେସ-ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୫୦ ଜଣାରୁ ଅଧିକଙ୍କର ମୃତୁ ହୋଇଥିବାବେଳେ ୩୦୦ ଅଧିକ ଗୁରୁତର ରହିଛନ୍ତି | ଉଦ୍ଧାରକାର୍ଯ୍ୟ ଜାରିରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ବଢ଼ିବାନେଇ ଆଶଙ୍କାରହିଛି | ସୂଚନା ଅନୁସାରେ ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଦୁଇ ଟ୍ରେନ୍ ଧକ୍କା ନେଇ ଖଡ଼ଗପୁର DRM ସୂଚନା ଦେଇଛନ୍ତି । ଉଭୟ ଏକ୍ସପ୍ରେସର ଅନେକ ବଗି ଓଲଟି ପଡ଼ିଛି । ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଥିବା ସୂଚନା ରହିଛି । ଏବେବି ଅନେକ ଯାତ୍ରୀ ଟ୍ରେନ୍ ତଳେ ଚାପି ରହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
More Stories
ମନ୍ତ୍ରୀ ଙ୍କୁ ବିଭାଗ ବାଣ୍ଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…..
ମହାକୁମ୍ଭରେ ମହିଳାଙ୍କ ଗାଧେଇବା ବେଳର ଭିଡିଓ ବିକ୍ରି……
ଆମ ପାଖରେ ପଇସା ନାହିଁ,ଲହୁ ଲୁହ ଦେଇ କଂଗ୍ରେସକୁ ତିଆରି କରିବୁ…..