Report Card Odisha

| Daily Odia News

୬ ରାଜ୍ୟର କରୋନା ସ୍ଥିତି ଅଣାୟତ, ସବୁ ରାଜ୍ୟ ସଚିବଙ୍କୁ କେନ୍ଦ୍ରର ଚିଠି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସ୍ଥିତି ଜଟିଳ ଆଡକୁ ଗତି କରୁଛି |  ୬ଟି ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ମୋଟ ନୂଆ କରୋନା ସଂକ୍ରମଣର ୭୯.୬୪% ଏହି ଛଅଟି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି । ନୂଆ ୫୬ ହଜାର ୨୧୧ଟି ସଂକ୍ରମଣ ମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ ୩୧ ହଜାର ୬୪୩ ମାମଲା ଚିହ୍ନଟ କରାଯାଇଥିବା ବେଳେ ପଞ୍ଜାବରୁ ୨ ହଜାର ୮୬୮, କର୍ଣ୍ଣାଟକରୁ ୨ ହଜାର ୭୯୨, ମଧ୍ୟପ୍ରଦେଶରୁ ୨ ହଜାର ୩୨୩, ତାମିଲନାଡ଼ୁରୁ ୨ ହଜାର ୨୭୯ ଓ ଗୁଜୁରାଟରୁ ୨ ହଜାର ୨୫୨ ଜଣ ଚିହ୍ନଟ ହୋଇଛନ୍ତି। ଟିକାକରଣର ୭୪ ଦିନ ସୁଦ୍ଧା ଅର୍ଥାତ ମାର୍ଚ୍ଚ ୩୦ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୧୦,୦୭,୦୯୧ ସେସନରେ ଦେଶବ୍ୟାପୀ ୬ କୋଟି ୨୪ ଲକ୍ଷ ୮ ହଜାର ୩୩୩ ଜଣଙ୍କୁ ଟିକାକରଣ କରାଯାଇଛି। ଏଥି ମଧ୍ୟରେ ୮୨ ଲକ୍ଷ ୭ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ, ୫୨ ଲକ୍ଷ ୭ ହଜାର ୩୬୮ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ଵିତୀୟ ଡୋଜ, ୯୦ ଲକ୍ଷ ୮ ହଜାର ୯୦୫ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଓ ୩୭ ଲକ୍ଷ ୭୦ ହଜାର ୬୦୩ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଦ୍ଵିତୀୟ ଡୋଜ ଟିକା ଦିଆଯାଇଛି। ଅନ୍ୟପକ୍ଷରେ ୪୫ର ୫୯ ବର୍ଷ ମଧ୍ୟରେ ବହୁବିଧ ରୋଗରେ ପୀଡିତ ୭୧ ଲକ୍ଷ ୫୮ ହଜାର ୬୫୭ ଜଣଙ୍କୁ ପ୍ରଥମ ଡୋଜ ଓ ୪ ହଜାର ୯୦୫ ଜଣକୁ ଦ୍ଵିତୀୟ ଡୋଜ ଦିଆଯାଇଥିବା ବେଳେ ୬୦ ବର୍ଷରୁ ଉର୍ଦ୍ଧ୍ବ ୨ କୋଟି ୯୦ ଲକ୍ଷ ୨୦ ହଜାର ୯୮୯ ଜଣଙ୍କୁ ପ୍ରଥମ ଡୋଜ ଓ ୩୬ ହଜାର ୮୯୯ ଜଣଙ୍କୁ ଦ୍ଵିତୀୟ ଡୋଜ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି।

 

Breaking News