Report Card Odisha

| Daily Odia News

ଦେଶରେ କାୟା ମେଲାଉଛି କରୋନା, ଚେତାବନୀ ଦେଲା ହୁ’…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାରା ବିଶ୍ୱରେ କାୟା ମେଲାଇବା ଆରମ୍ଭ କରିଛି କୋଭିଡ-୧୯ ଭୂତାଣୁ। ଭାରତରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାର ନୂଆ ଭାରିଏଣ୍ଟ ଜେଏନ୍‌.୧ ଚିହ୍ନଟ ହୋଇଛି। ଭାରତରେ ମଧ୍ୟ ଏହି ଭାରିଏଣ୍ଟରେ ଅନେକ ଆକ୍ରାନ୍ତ ହୋଇଛନ୍ତି। ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ନୂଆ ଲକ୍ଷଣ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ରବିବାର ଦେଶରେ ୩୩୫ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଫଲରେ ସକ୍ରିୟ ମାମଲା ସଂଖ୍ୟା ୧,୭୦୧କୁ ବୃଦ୍ଧି ପାଇଛି। ସେହିପରି ଏଥିରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ କେରଳର ହୋଇଥିବା ବେଳେ ଜଣେ ଉତ୍ତରପ୍ରଦେଶର ବୋଲି ସୂଚନା ମିଳିଛି। ସେପଟେ କେରଳରେ କରୋନାଏକ ନୂତନ ଭ୍ୟାରିଏଣ୍ଟର ଲକ୍ଷଣ ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ମାସ ଭିତରେ କେରଳରେ ୩୩ରୁ ୭୬୮ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେରଳ ସରକାର ଏହା ଉପରେ ନଜର ରଖିଥିବା ବେଳେ କିଛି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ କଟକଣା ଲଗାଇଛନ୍ତି । ରାଜ୍ୟର ଜଣେ ବୃଦ୍ଧ ମହିଳାଙ୍କଠାରେ ଏହି ନୂତନ ପ୍ରକାରର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା, କିନ୍ତୁ ସେ ବର୍ତ୍ତମାନ ସୁସ୍ଥ ହୋଇଯାଇଛନ୍ତି।

Breaking News