ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ଆକ୍ରାନ୍ତ ବଢୁଥିବା ବେଳେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଉତ୍ସବ, ପର୍ବପର୍ବାଣୀ, ଧାର୍ମିକ କାର୍ଯ୍ୟକ୍ରମରେ ଏକାଠି ହେବା ଉପରେ ସ୍ୱତନ୍ତ୍ର ରିଲିଫ କମିଶନର(SRC) କଟକଣା ଜାରି କରିଛନ୍ତି। ସାମାଜିକ ଓ ଧାର୍ମିକ ଉତ୍ସବ ବେଳେ କିଛି ଜିଲ୍ଲାରେ ଲୋକେ ଆଞ୍ଚଳିକ ପର୍ବ ପାଳନ କରିବାକୁ ଥିବାରୁ ରାଜ୍ୟର କୌଣସି ନଦୀ, ପୋଖରୀ, ବେଳାଭୂମି ଓ ଅନ୍ୟ ଜଳାଶୟରେ ଏକାଠି ହୋଇ ବୁଡ଼ ପକାଇବା ଉପରେ ବାରଣ କରାଯାଇଛି। ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଏଠାରେ ଲୋକେ ଏକାଠି ହେବାକୁ ମନା କରାଯାଇଛି।






More Stories
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..