Report Card Odisha

| Daily Odia News

କୋଭିଡ ମୁକାବିଲା ପାଇଁ ୧୫ ଦିନିଆ ପ୍ଲାନ ପ୍ରସ୍ତୁତ:ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ କମିବାରେ ଲାଗିଛି। ଆମ ରାଜ୍ୟ ଭଲ ସ୍ଥିତିରେ ଅଛି। ସାରା ରାଜ୍ୟରେ ଦୈନିକ ସଂକ୍ରମଣ ହାର ୨ ପ୍ରତିଶତ ଥିବାବେଳେ କେବଳ ଖୋର୍ଦ୍ଧାରେ ୩ ପ୍ରତିଶତ ଉପରେ ରହୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ମାସର ପଜିଟିଭ ସଂଖ୍ୟା ଏବଂ ମୃତ୍ୟୁ ରିପୋର୍ଟକୁ ନେଇ ରାଜ୍ୟରେ ସଂକ୍ରମଣ ବଢୁଛି ବୋଲି କହୁଛନ୍ତି । କିନ୍ତୁ ବର୍ତ୍ତମାନ ରାଜ୍ୟରେ ମୃତ୍ୟୁ ସଂଖ୍ୟାର ଅଡିଟ ଚାଲିଛି । ସେଥିପାଇଁ ଦିନକୁ ୬୦ ଜଣଙ୍କର ଡେଥ ହେଉଥିବା ରିପୋର୍ଟ ଆସୁଛି । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜଣାଇ ଦିଆଯାଇଛି । କୋଭିଡ ମୁକାବିଲା ପାଇଁ ଆଗାମୀ ୧୫ ଦିନର ପ୍ଲାନ କେନ୍ଦ୍ର ସରକାରଙ୍କୁ ଦିଆସାରିଛି । ନିୟମିତ କେନ୍ଦ୍ରକୁ ରିପୋର୍ଟ ଦିଆଯାଉଛି । ଅଗଷ୍ଟ ମାସରେ ପ୍ରତିଦିନ ୭୦ହଜାର ଟେଷ୍ଟ କରାଯିବ । ଯାହାର ବି ଜ୍ୱର ବା କରୋନା ଲକ୍ଷଣ ଦେଖାଯିବ ସମସ୍ତଙ୍କର ଟେଷ୍ଟ କରାଯିବ। ସର୍ଭିଲାନ୍ସକୁ ଜୋରଦାର କରାଯାଉଛି ।

Breaking News