Report Card Odisha

| Daily Odia News

କୁକୁଡା-ଛେଳି ପ୍ରାଣୀଙ୍କ ବିକ୍ରି ଉପରେ କଟକଣା ଲଗାଇବା ଆବଶ୍ୟକତା ରହିଛି:ବିଶ୍ୱସ୍ବାସ୍ଥ୍ୟ ସଂଗଠନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। କେତେକ କ୍ଷେତ୍ରରେ ଆର୍‌ଟି-ପିସିଆର୍‌ ପରୀକ୍ଷାରେ କରୋନା ଭୁତାଣୁକୁ ଚିହ୍ନବା ସମ୍ଭବ ହେଉନାହିଁ। କରୋନା ଲଢ଼େଇ ଦୀର୍ଘଦିନ ଧରି ଜାରି ରହିବ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡୋସ୍‌ ଅଧାନୋମ୍‌ ଘେବ୍ରେସିୟମସ୍‌ ସୂଚନା ଦେଇଛନ୍ତି। ଇତିମଧ୍ୟରେ ପୃଥିବୀରେ ୭୮ କୋଟିରୁ ଅଧିକ ଲୋକଙ୍କୁ କରୋନା ପ୍ରତିଷେଧକ ଟିକାଦାନ କରାଯାଇ ସାରିଛି। ତେବେ ମଧ୍ୟ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅତ୍ୟନ୍ତ ଚିନ୍ତା ଜନକ ବୋଲି ସେ କହିଛନ୍ତି। ପୃଥିବୀରୁ କରୋନା ଭୁତାଣୁ ଲୋପ ପାଇବା ପାଇଁ ଅଧିକ ସମୟ ଲାଗିବ ବୋଲି ସେ କହିଛନ୍ତି। କରୋନା ସହ ଲଢ଼େଇରେ ଟିକା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର। ତେବେ ଏହା ଏକମାତ୍ର ଅସ୍ତ୍ର ନୁହେଁ। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ଅନ୍ୟ ପରିମଳ ଏବଂ ସ୍ବଚ୍ଛତା ପଦକ୍ଷେପ ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ପୃଥିବୀବ୍ୟାପି ସମସ୍ତ ଦେଶ କୁକୁଡା, ଛେଳି ସମେତ ଅନ୍ୟ ଜୀବନ୍ତ ପ୍ରାଣୀଙ୍କ ବିକ୍ରି ଉପରେ କଟକଣା ଲଗାଇବାର ଆବଶ୍ୟକତା ରହିଛି। ଏନେଇ ସେ ପୃଥିବୀର ବିଭିନ୍ନ ଦେଶଙ୍କ ଉଦ୍ଦେଶ୍ୟରେ ଆହ୍ବାନ ଦେଇଛନ୍ତି। ଏହାଦ୍ୱାରା କରୋନା ସଂକ୍ରମଣ କମିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

Breaking News