ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ଦ୍ଵିତୀୟ ଲହରରେ ଦେଶରେ କ୍ଷତିଗ୍ରସ୍ତ ହୋଇଥିବା କ୍ଷେତ୍ର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ କରୋନା ପ୍ୟାକେଜ ଘୋଷଣା କରିଛନ୍ତି | ଦେଶରେ ସଂପ୍ରତି କୋଭିଡ ସଂକ୍ରମଣ ହାର ହ୍ରାସ ପାଉଥିବା ଏବଂ ଅନେକ ରାଜ୍ୟରେ ତାଲାବନ୍ଦ କଟକଣା କୋହଳ କରାଯାଉଥିବା ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ଏଭଳି ସହାୟକ ଯୋଜନା ଘୋଷଣା କରିଛନ୍ତି । ସୋମବାର ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ସୂଚନା ଅନୁସାରେ, ପ୍ୟାକେଜ୍ରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୫୦ ହଜାର କୋଟିର ସହାୟତା ଘୋଷଣା କରାଯାଇଛି। ୧୦, ୭୦୦ ପଞ୍ଜୀକୃତ ଟୁରିଷ୍ଟ ଗାଇଡଙ୍କ ପାଇଁ ମଧ୍ୟ ସହାୟତା ଘୋଷଣା କରାଯାଇଛି। ଏମାନେ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ନେଇ ଅର୍ଥ ବିନିଯୋଗ କରିପାରିବେ ବୋଲି ସୂଚନା ମିଳିଛି। ମାଇକ୍ରୋ ଫାଇନାନ୍ସ ସଂସ୍ଥା ଜରିଆରେ ୨୫ ଲକ୍ଷ ଲୋକଙ୍କୁ ଋଣ ମିଳିବ। ଏହାସହ ଛୋଟ ବ୍ୟବସାୟୀଙ୍କୁ ସର୍ବାଧିକ ୧ ଲକ୍ଷ ୨୫ ହଜାର ଯାଏ ଋଣ ମିଳିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। କେବଳ ଏତିକି ନୁହେଁ ବରଂ ଛୋଟ ବ୍ୟବସାୟୀଙ୍କୁ ସର୍ବାଧିକ ୧ ଲକ୍ଷ ୨୫ ହଜାର ଯାଏ ଋଣ ମିଳିବ ପାରିବ ବୋଲି ସୂଚନା ମିଳିଛି। ଏହାସହ ଚାଷୀଙ୍କୁ ୧୪, ୭୭୫ କୋଟି ଟଙ୍କାର ଅତିରିକ୍ତ ସବସିଡି ମଧ୍ୟ ଦିଆଯିବ। ତେବେ ଆଜି ପ୍ୟାକେଜ୍ ଘୋଷଣା ସମୟରେ ଗରିବଙ୍କୁ ମାଗଣା ରାସନ ନେଇ ମୋଦିଙ୍କ ଘୋଷଣା ଦୋହରାଇଛନ୍ତି ନିର୍ମଳା। ପୂର୍ବରୁ ନଭେମ୍ବର ଯାଏ ମାଗଣା ରାସନ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିସାରିଛନ୍ତି। ଏଥିପାଇଁ ପାଖାପାଖି ୯୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଠିକ୍ ସେହିପରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ବଡ଼ ଘୋଷଣା କରିଛନ୍ତି। ଏଣିକି ଭାରତକୁ ଆସିବାକୁ ଥିବା ପ୍ରଥମ ୫ ଲକ୍ଷ ପର୍ଯ୍ୟଟକଙ୍କୁ ଭିସା ଫ୍ରି କରାଯିବ। ଭିସା ପାଇଁ ଦେବାକୁ ପଡୁଥିବା ଦେୟ ମୁକ୍ତ ରହିବେ ୫ ଲକ୍ଷ ପର୍ଯ୍ୟଟକ ବୋଲି ସୂଚନା ରହିଛି। ଏଠାରେ କହିରଖୁଛୁ, କରୋନା ମହାମାରୀ ବ୍ୟାପୁଥିବାରୁ ସାରା ଦେଶରେ ଲକଡାଉନ୍ ଓ ସଟଡାଉନ୍ ହୋଇଥିଲା। ଯାହାଦ୍ୱାରା ଅନେକ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ଜୀବିକା ମଧ୍ୟ ହରାଇଛନ୍ତି। ଆଉ ତାହାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
More Stories
ଉଭୟ ଭାରତ-ପାକିସ୍ତାନ ସଂଯମତା ରଖନ୍ତୁ….
ପ୍ରଚୁର ଔଷଧ ମହଜୁଦ୍ ରଖ…..
ଇସ୍ରାଏଲ ନାଗରିକ କଶ୍ମୀର ଛାଡ଼…..