ରିପୋର୍ଟ କାର୍ଡ / ପୁରୀ
ପୁରୀ ଶ୍ରୀମନ୍ଦିରର ୭ ଜଣ ସେବାୟତ ଓ ସେମାନଙ୍କ ପରିବାରର ୩ ଜଣ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ପ୍ରଶାସନର ୩ ଜଣ କର୍ମଚାରୀ ଏବଂ ଶ୍ରୀମନ୍ଦିର ସମ୍ମୁଖରେ ଥିବା ସିଂହଦ୍ୱାର ଜୋତାଷ୍ଟାଣ୍ଡର ୮ ଜଣଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଛି । ଜଗନ୍ନାଥ ଟେମ୍ପଲ ପୋଲିସ ଓ ଜଣେ ମାଳିଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି । ଶ୍ରୀମନ୍ଦିର ସହ ଜଡ଼ିତ ମୋଟ ୨୩ ଜଣ କୋଭିଡ୍ ସଂକ୍ରମିତ ହୋଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ- ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାରୁ ୫୩ ଜଣ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ପୁରୀ ଜିଲ୍ଲାରେ ୧୪ ହଜାର ୯୬୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୬୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୧୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ହଜାର ୪୬୯ ଜଣ ସୁସ୍ଥ ହୋଇ ସାରିଛନ୍ତି ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..