ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇତିହାସ ପୃଷ୍ଠାରେ ଲେଖାଥିବା ଜାଲିଆନାୱାଲା ବାଗ୍ ଗଣହତ୍ୟାକୁ ଆଜି ୧୦୨ ବର୍ଷ ପୂରଣ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣହତ୍ୟାର ଶିକାର ହୋଇଥିବା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ଆପଣମାନଙ୍କ ସାହସ, ବଳିଦାନ ଏବଂ ବୀରତା ପ୍ରତି ଭାରତୀୟଙ୍କୁ ଶକ୍ତି ଯୋଗାଉଛି। ଉଲ୍ଲେଖଯୋଗ୍ୟ, ଦେଶ ସ୍ବାଧୀନତାର ଇତିହାସରେ ୧୯୧୯ ଏପ୍ରିଲ ୧୩ ତାରିଖକୁ ଏକ କଳାଦିବସ ଭାବେ ବିବେଚନା କରାଯାଉଛି। ସେହିବର୍ଷ ଆଜିର ଦିନରେ ଅମୃତସରର ଜାଲିଆନାୱାଲାବାଗରେ ଶାନ୍ତିପୂର୍ଣ୍ଣ ଭାବେ ସଭା କରିବା ଲାଗି ଏକାଠି ହୋଇଥିବା ହଜାର ହଜାର ଭାରତୀୟଙ୍କ ଉପରେ ବ୍ରିଟିଶ ସରକାରର ସିପାହୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ଯେଉଁଥିରେ ଶତାଧିକ ଭାରତୀୟ ଶହୀଦ ହୋଇଥିଲେ। ବହୁ ଲୋକ ଆହତ ହୋଇଥିଲେ। ଇତିହାସ ପୃଷ୍ଠାରେ ଲେଖାଥିବା ଏହି ଘଟଣାକୁ ଜାଲିଆନାୱାଲାବାଗ ନରସଂହାର ଭାବେ ଦର୍ଶାଯାଇଛି।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..