Report Card Odisha

| Daily Odia News

ରାଜ୍ୟରେ ଆଜି ୩୦୮୬ କରୋନା ଆକ୍ରାନ୍ତ ଚିହ୍ନଟ,୧୭ ମୃତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ହଜାର ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧, ୭୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୧, ୨୮୯ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୪୫୪ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୨, ବାଲେଶ୍ୱର ୭୬, ବରଗଡ ୩୬, ଭଦ୍ରକ ୭୭, ବଲାଙ୍ଗିର ୭୬, ବୌଦ୍ଧ ୧୬, କଟକ ୩୨୫, ଦେବଗଡ ୬୯, ଢେଙ୍କାନାଳ ୭୧, ଗଜପତିରୁ ୬୩ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୪୬, ଜଗତସିଂହପୁର ୭୪, ଯାଜପୁର ୧୪୯, ଝାରସୁଗୁଡା ୬୯, କଳାହାଣ୍ଡି ୭୭, କନ୍ଧମାଳ ୨୪, କେନ୍ଦ୍ରାପଡା ୪୯, କେନ୍ଦୁଝରରେ ୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ କୋରାପୁଟ ୪୪, ମାଲକାନଗିରି ୩୦, ମୟୁରଭଞ୍ଜ ୧୦୯, ନବରଙ୍ଗପୁର ୮୪, ନୟାଗଡ ୧୧୦, ନୂଆପଡା ୧୦୬, ପୁରୀ ୪୨, ରାୟଗଡା ୪୦, ସମ୍ବଲପୁର ୭୫, ସୋନପୁର ୩୫, ସୁନ୍ଦରଗଡ ୨୧୬ ଷ୍ଟେଟପୁଲରୁ ୧୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୮,୧୮୧ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୧ହଜାର ୫୪୬ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୫୨ହଜାର ୩୨୬କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୨ ହଜାର ୯୮ ଜଣ ।ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସେହିପରି ଆଜି ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Breaking News