Report Card Odisha

| Daily Odia News

ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର,ଆସିଲା ଗାଇଡ୍‌ଲାଇନ୍……

ରିପୋର୍ଟ କାର୍ଡ / ପୁରୀ

ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ସର୍ବସାଧାରଣ ଦର୍ଶନ ପାଇଁ ଆସନ୍ତାକାଲି ଶ୍ରୀମନ୍ଦିର ଖୋଲୁଛି | ସେଥିପାଇଁ ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି ହୋଇଛି | ଗାଇଡ୍‌ଲାଇନ୍‌ ଅନୁସାରେ ଦୈନିକ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର। ସାନିଟାଇଜେସନ ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରଦ୍ଧାଳୁମାନେ ସାଥିରେ ଆଧାର/ଭୋଟର କାର୍ଡ ସହ ଡବଲ ଡୋଜ୍‌ ଟିକା ସାର୍ଟିଫିକେଟ ଆଣିବା ଜରୁରି। ନଚେତ ୯୬ ଘଣ୍ଟା ମଧ୍ୟରେ ହୋଇଥିବା ଟେଷ୍ଟ ନେଗେଟିଭ ରିପୋର୍ଟ ଜରୁରୀ। ସବୁ ଶ୍ରଦ୍ଧାଳୁ ମାସ୍କ, ସାନିଟାଇଜର, ସାମାଜିକ ଦୂରତ୍ୱ ମାନିବା ବାଞ୍ଛନୀୟ ବୋଲି ଗାଇଡ୍‌ଲାଇନ୍‌ରେ ଲେଖାଯାଇଛି। ଶ୍ରୀମନ୍ଦିର ଖୋଲିବା ନେଇ ଗତ ୨୮ ତାରିଖରେ ଘୋଷଣା କରିଥିଲେ ପୁରୀ ଜିଲ୍ଲାପାଳ। ପୂର୍ବପରି ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପୁରୀ ସହରବାସୀ ପ୍ରବେଶ କରିବେ। ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ବୋଲି ଜିଲ୍ଲାପାଳ କହିଥିଲେ।

Breaking News