ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪, ୧୪,୧୮୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯୧୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୪ ଲକ୍ଷ ୯୧ ହଜାର ୫୯୮କୁ ବୃଦ୍ଧିପାଇଛି। ସଂକ୍ରମିତଙ୍କ ମଧ୍ୟରୁ ୧ କୋଟି ୭୬ ଲକ୍ଷ ୧୨ ହଜାର ୩୫୧ ଜଣ ସୁସ୍ଥ ହୋଇସାରିଛନ୍ତି। ଫଳରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୬ ଲକ୍ଷ ୪୫ ହଜାର ୧୬୪ ରହିଛି। ଦେଶରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨ ଲକ୍ଷ ୩୪ ହଜାର ୮୩କୁ ବୃଦ୍ଧିପାଇଛି। ଏପର୍ଯ୍ୟନ୍ତ ସମଗ୍ର ଦେଶରେ ୧୬ କୋଟି ୪୯ ଲକ୍ଷ ୭୩ ହଜାର ୫୮ ପାନ ଟିକାକରଣ କରାଯାଇସାରିଛି।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..