Report Card Odisha

| Daily Odia News

ଦେଶରେ କମୁଛି କରୋନା ସଂକ୍ରମଣ,୨ ଲକ୍ଷ ୧୧ ହଜାର ୨୯୮ କରୋନା ସଂକ୍ରମିତ ଚିହ୍ନଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମଣ ଗ୍ରାଫ୍ ଖସୁଛି କିନ୍ତୁ ମୃତ୍ୟୁରେ ଲାଗିପାରୁନି ବ୍ରେକ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୧୧ ହଜାର ୨୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୮୪୭ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୭୩ଲକ୍ଷ ୬୯ ହଜାର ୦୯୩ ରେ ପହଞ୍ଚିଛି। ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୧୫ ହଜାର ୨୩୫ ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୪୬ ଲକ୍ଷ ୩୩ ହଜାର ୯୫୧ରେ ପହଁଚିଛି । ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨୪,୧୯,୯୦୭ ।

Breaking News