ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଗୋଟିଏ ଦିନରେ ନୂଆ ୪୨,୭୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୦୬ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୫,୨୫୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ହାର ୯୭.୨% ରହିଛି । ସେହିଭଳି ଦେଶରେ ଏପର୍ଯ୍ୟନ୍ତ ମୋଟ ୨,୯୯,୩୩,୫୩୮ ଜଣ ସୁସ୍ଥ ହୋଇସାରିଛନ୍ତି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ସଂପ୍ରତି ୪,୫୫,୦୩୩ ରହିଛି । ଦୈନିକ ସଂକ୍ରମଣ ହାର ୧.୪୮% ରହିଛି । ଗତକାଲି ସୁଦ୍ଧା ଦେଶରେ ମୋଟ ୪୨.୯ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ଏଥିସହିତ ଗତକାଲି ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୩୭.୨୧ କୋଟି ପାନ କୋଭିଡ ଟିକା ଦିଆଯାଇସାରିଥିବା ଜଣାଯାଇଛି ।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..