ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଗୋଟିଏ ଦିନରେ ନୂଆ ୪୨,୭୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୦୬ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୫,୨୫୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ହାର ୯୭.୨% ରହିଛି । ସେହିଭଳି ଦେଶରେ ଏପର୍ଯ୍ୟନ୍ତ ମୋଟ ୨,୯୯,୩୩,୫୩୮ ଜଣ ସୁସ୍ଥ ହୋଇସାରିଛନ୍ତି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ସଂପ୍ରତି ୪,୫୫,୦୩୩ ରହିଛି । ଦୈନିକ ସଂକ୍ରମଣ ହାର ୧.୪୮% ରହିଛି । ଗତକାଲି ସୁଦ୍ଧା ଦେଶରେ ମୋଟ ୪୨.୯ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ଏଥିସହିତ ଗତକାଲି ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୩୭.୨୧ କୋଟି ପାନ କୋଭିଡ ଟିକା ଦିଆଯାଇସାରିଥିବା ଜଣାଯାଇଛି ।






More Stories
ପଦ୍ମ ପୁରସ୍କାର:୬୬ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ…..
ହ୍ବାଇଟ ହାଉସ ନିକଟରେ ଗୁଳିକାଣ୍ଡ…..
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..