ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୪୧୮୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୯ ଲକ୍ଷ ୮୭ ହଜାର ୮୮୦ରେ ପହଞ୍ଚିଛି। ଗୋଟିଏ ଦିନରେ ୩୯,୧୩୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି। ଦେଶରେ ସଂପ୍ରତି ୪,୩୨,୦୪୧ ଜଣ ସଂକ୍ରିୟ ସଂକ୍ରମିତ ରହିଛନ୍ତି। ସମଗ୍ର ଦେଶରେ ୪୩.୮୦ କୋଟି ନମୁନା ପରୀକ୍ଷା କରାଯାଇସାରିଛି। କ୍ରମାଗତ ୨୪ ଦିନ ଧରି ଦୈନିକ ସଂକ୍ରମଣ ହାର ୨.୧୫% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୨୧% ରହିଛି। କରୋନାରୁ ସୁସ୍ଥହେବା ହାର ୯୭.୨୮% ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୦୧,୪୩,୮୫୦ ଜଣ କରୋନାରୁ ଆରୋଗ୍ୟଲାଭ କରିସାରିଛନ୍ତି। ତାହାସହିତ ଦେଶରେ ଗତକାଲି ସଂଧ୍ୟା ସୁଦ୍ଧା ୩୯.୧୩ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……