Report Card Odisha

| Daily Odia News

ରାଜ୍ୟରେ ୫ ହଜାର ତଳକୁ ଖସିଲା ସଂକ୍ରମଣ, ୧୫ ମୃତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ୪୮୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି | ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୦୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୦୩୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୭୧ଜଣ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୧୦୬୮ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୦୪, ବାଲେଶ୍ୱର ୧୬୯, ବରଗଡ଼ ୭୨, ଭଦ୍ରକ ୧୦୬, ବଲାଙ୍ଗୀର ୧୪୦, ବୌଦ୍ଧ ୨୮, କଟକ ୪୪୩, ଦେଓଗଡ଼ ୮୫, ଢେଙ୍କାନାଳ ୮୪, ଗଜପତି ୬୫, ଗଞ୍ଜାମ ୫୮, ଜଗତସିଂହପୁର ଜିଲ୍ଲାରୁ ୯୬ଜଣ
ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁର ରୁ ୧୩୪ , ଝାରସୁଗୁଡ଼ା ୭୦, କଳାହାଣ୍ଡି ୧୫୫,କନ୍ଧମାଳ ୮୦, କେନ୍ଦ୍ରାପଡ଼ା ୬୦,କେନ୍ଦୁଝର ୬୯, ଖୋର୍ଦ୍ଧା ୧୨୫୩, କୋରାପୁଟ ୮୧, ମାଲକାନଗିରି ୪୩, ମୟୁରଭଞ୍ଜ ୧୭୯, ନବରଙ୍ଗପୁର ଜିଲ୍ଲାରୁ ୧୨୪, ନୟାଗଡ଼ ୨୧୦, ନୂଆପଡ଼ା ୧୪୨ଜଣ, ପୁରୀ ୭୬, ରାୟଗଡ଼ା ୧୦୧, ସମ୍ବଲପୁର ଜିଲ୍ଲାରୁ ୧୪୯, ସୋନପୁର ୪୨, ସୁନ୍ଦରଗଡ଼ ୧୫୯,  ଆକ୍ରାନ୍ତ ରହିଛନ୍ତି  | ଷ୍ଟେଟ ପୁଲ୍‌ରୁ ୨୬୫ଜଣ ରହିଛନ୍ତି । ସେହିପରି ଆଜି ରାଜ୍ୟରୁ ୧୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାରୁ ୩ ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ବରଗଡ଼, କଟକ, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ , ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

 

Breaking News