ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୮୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୮୧,ସଙ୍ଗରୋଧରୁ ୪୯୫,ସ୍ଥାନୀୟ ୩୫୭। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୯,୮୯୮ରେ ପହଞ୍ଚିଛି। ୧୨,୬୧,୪୬୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୯,୪୩୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୬,ବାଲେଶ୍ୱର ୨୫,ବରଗଡ ୧୧, ଭଦ୍ରକ ୧୬, ବଲାଙ୍ଗୀର ୭, ବୌଦ୍ଧ ୧୨, କଟକ ୬୪, ଦେଓଗଡ ୧୭, ଢେଙ୍କାନାଳ ୧୭, ଗଜପତି ୩୩, ଗଞ୍ଜାମ ୯, ଜଗତସିଂହପୁର ୨୮, ଯାଜପୁର ୪୦,ଝାରସୁଗୁଡା ୧୦, କଳାହାଣ୍ଡି ୧୧, କନ୍ଧମାଳ ୨୬, କେନ୍ଦ୍ରାପଡା ୧୪, କେନ୍ଦୁଝର ୧୫, ଖୋର୍ଦ୍ଧା ୧୧୩, କୋରାପୁଟ ୯୦, ମାଲକାନଗିରି ୩, ମୟୁରଭଞ୍ଜ ୨୬, ନବରଙ୍ଗପୁର ୨୦, ନୟାଗଡ ୧୭, ନୂଆପଡା ୨୫,ପୁରୀ ୧୧, ରାୟଗଡା ୧୩, ସମ୍ବଲପୁର ୩୯, ସୋନପୁର ୧୦, ସୁନ୍ଦରଗଡ ୮୯, ଷ୍ଟେଟ ପୁଲରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ଆଜି ରାଜ୍ୟରେ ୧୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି |
ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ, ନୂଆପଡ଼ା ଜିଲ୍ଲାରୁ ୩ଜଣ ରହିଥିବା ବେଳେ କେନ୍ଦ୍ରାପଡ଼ା, କେନ୍ଦୁଝର, ସୋନପୁର, ନୟାଗଡ଼, ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
୫ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..