ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗୋଟିଏ ଦିନ ସଂକ୍ରମଣ କମିଥିବା ବେଳେ ଆଜି ପୁଣି ବଢି ଯାଇଛି ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୪୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୧,୯୭୩ ଓ ସ୍ଥାନୀୟ ସଂକ୍ରମଣ ୧,୪୮୩ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮,୮୬, ୯୪୬କୁ ବୃଦ୍ଧି ପାଇଛି। ୮,୪୮,୯୬୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୪,୨୧୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୯୯ ଓ କଟକରୁ ୪୮୦। ଅନୁଗୁଳରୁ ୧୧୮, ବାଲେଶ୍ୱର ୧୭୪,ବରଗଡ ୬୯, ଭଦ୍ରକ ୧୯୪, ବଲାଙ୍ଗୀର ୨୮, ବୌଦ୍ଧ ୨୫, ଦେଓଗଡ ୧୧, ଢେଙ୍କାନାଳ ୫୭, ଗଜପତି ୧୭, ଗଞ୍ଜାମ ୧୯, ଜଗତସିଂହପୁର ୮୧, ଯାଜପୁର ୨୬୭,ଝାରସୁଗୁଡା ୨୦, କଳାହାଣ୍ଡି ୨୧, କନ୍ଧମାଳ ୩୧, କେନ୍ଦ୍ରାପଡା, ୧୪୭,କେନ୍ଦୁଝର ୭୩,କୋରାପୁଟ ୮୧,ମାଲକାନଗିରି ୮୨, ମୟୁରଭଞ୍ଜ ୧୮୦,ନବରଙ୍ଗପୁର ୪୨, ନୟାଗଡ ୧୨୬, ନୂଆପଡା ୧୬, ପୁରୀ ୨୮୯, ରାୟଗଡା ୫୬, ସମ୍ବଲପୁର ୩୯, ସୋନପୁର ୪୩,ସୁନ୍ଦରଗଡ ୯୦, ଷ୍ଟେଟ ପୁଲରୁ ୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
More Stories
ଓଡ଼ିଶାରେ ପୁରୀ ସମେତ ଏସବୁ ସ୍ଥାନକୁୁ ସର୍ତକ ସୂଚନା…..
ପ୍ରଚୁର ଔଷଧ ମହଜୁଦ୍ ରଖ…..
ବଢିଲା ପାରାଦୀପ ବନ୍ଦର ସୁରକ୍ଷା….