ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗୋଟିଏ ଦିନରେ ୩୫୫୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୦୧୮ ଏବଂ ସ୍ଥାନୀୟ ସଂକ୍ରମିତ ୧୫୨୬ ଜଣ ରହିଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୯୭୦୬୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୩୩, ବାଲେଶ୍ୱରରୁ ୨୭୧, ବରଗଡ଼ରୁ ୩୧, ଭଦ୍ରକରୁ ୧୫୮, ବଲାଙ୍ଗିରରୁ ୩୧, ବୌଦ୍ଧରୁ ୮, କଟକରୁ ୫୦୧, ଦେବଗଡ଼ରୁ ୮, ଢେଙ୍କାନାଳରୁ ୫୬, ଗଜପତିରୁ ୨୪, ଗଂଜାମରୁ ୨୨, ଜଗତସିଂହପୁରରୁ ୧୪୫, ଯାଜପୁରରୁ୨୫୬, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୧୧୯, କେନ୍ଦୁଝରରୁ ୬୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ୬୫୧, କୋରାପୁଟରୁ ୬୯, ମାଲକାନଗିରିରୁ ୬୧, ମୟୂରଭଂଜରୁ ୧୯୬, ନବରଙ୍ଗପୁରରୁ୨୨, ନୟାଗଡ଼ରୁ ୧୦୦, ନୂଆପଡ଼ାରୁ ୨୦, ପୁରୀରୁ ୨୩୩, ରାୟଗଡ଼ାରୁ ୬୧, ସମ୍ବଲପୁରରୁ ୧୮, ସୁବର୍ଣ୍ଣପୁରରୁ ୨୯, ସୁନ୍ଦରଗଡ଼ରୁ ୭୧ ଓ ଷ୍ଟେଟପୁଲରୁ ୧୦୦ ସଂକ୍ରମିତ ବାହାରିଛନ୍ତି । ସେପଟେ ୨୪ ଘଣ୍ଟାରେ ୬୮ ହଜାର ୬୯୫ କରୋନା ସାମ୍ପଲ ଟେଷ୍ଟ କରାଯାଇଛି । ରାଜ୍ୟରେ ଏବେ ପଜିଟିଭିଟି ହାର ରହିଛି ୫.୧୭% ପ୍ରତିଶତ ।
More Stories
କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ…..
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଗୋପାଳପୁର ବନ୍ଦ ଗଲା ଆଦାନୀ ଗ୍ରୁପକୁ…..