Report Card Odisha

| Daily Odia News

ରାଜ୍ୟରେ ସାମାନ୍ୟ ବଢ଼ିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨୧୧୦ସଂକ୍ରମିତ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୧୧୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୨୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୮୯୭ ।ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୭ ହଜାର ୮୫୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରେ ସର୍ବାଧିକ ୪୫୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୨୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୪୬, ବାଲେଶ୍ୱରରୁ ୧୬୮, ବରଗଡ଼ରୁ ୧୪, ଭଦ୍ରକରୁ ୭୯, ବଲାଙ୍ଗିରରୁ ୧୩, ବୌଦ୍ଧରୁ ୧୬, କଟକରୁ ୩୨୩, ଦେବଗଡ଼ରୁ ୫, ଢେଙ୍କାନାଳରୁ ୩୫, ଗଜପତିରୁ ୧୧, ଗଞ୍ଜାମରୁ ୧୬, ଜଗତସିଂହପୁରରୁ ୬୭, ଯାଜପୁରରୁ ୯୨, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୧୩୨, କେନ୍ଦୁଝରରୁ ୬୬, ଖୋର୍ଦ୍ଧାରୁ ୪୫୮, କୋରାପୁଟରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ମାଲକାନଗିରିରୁ- ୨୨, ମୟୂରଭଞ୍ଜରୁ ୯୯, ନବରଙ୍ଗପୁରରୁ ୧୦,ନୟାଗଡ଼- ୭୪, ନୂଆପଡ଼ାରୁ ୨, ପୁରୀରୁ ୧୧୩, ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୧୯, ସୋନପୁରରୁ ୪ଜଣ, ସୁନ୍ଦରଗଡ଼ରୁ ୬୨ଜଣ ଓ ଷ୍ଟେଟ ପୁଲରୁ ୮୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Breaking News