ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୫୭ ଓ ସ୍ଥାନୀୟ ସଂକ୍ରମିତ ୪୭୫ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୩୫୦୭ରେ ପହଞ୍ଚିଛି । ଅନୁଗୁଳ ଜିଲାରୁ ୨୫, ବାଲେଶ୍ୱର ୭୦, ବରଗଡ ୧୦, ଭଦ୍ରକ ୧୪, ବଲାଙ୍ଗିର ୭, ବଉଦ ୪ ଓ କଟକ ଜିଲାରୁ ୧୯୭ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରୁ ୪, ଢେଙ୍କାନାଳ ୧୧, ଗଞ୍ଜାମ ୨, ଜଗତସିଂହପୁର ୪୨, ଯାଜପୁର ୨୯, ଝାରସୁଗୁଡା ୧, କଳାହାଣ୍ଡିରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ କନ୍ଧମାଳରୁ ୪, କେନ୍ଦ୍ରାପଡା ୨୭, କେନ୍ଦୁଝର ୧୫, ଖୋର୍ଦ୍ଧା ୪୧୦ ଓ କୋରାପୁଟରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ମାଲକାନଗିରିରୁ ୧୦, ମୟୁରଭଞ୍ଜ ୪୦, ନବରଙ୍ଗପୁର ୧, ନୟାଗଡ ୩୧, ପୁରୀ ୨୨, ରାୟଗଡା ୭ ଓ ସମ୍ବଲପୁରରୁ ୧୫ ଚିହ୍ନଟ ହୋଇଛନ୍ତି। ଏଥିସହିତ ସୋନପୁର ୧, ସୁନ୍ଦରଗଡ ୨୩ ଓ ଷ୍ଟେଟପୁଲରୁ ୯୪ ଚିହ୍ନଟ ହୋଇଛନ୍ତି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……