ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୨୪ ଘଣ୍ଟାରେ ୯୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୬ ଜଣ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫୩୧ ରହିଥିବା ବେଳେ ଲୋକାଲ କେସ୍- ୩୮୦ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ୧୦ ଲକ୍ଷ ୮୪କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୭୧,୨୬୪ ହୋଇଥିବା ବେଳେ ପଜିଟିଭିଟି ୧.୨୭% ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ- ୨୩, ବାଲେଶ୍ୱର- ୫୧, ବରଗଡ଼- ୭, ଭଦ୍ରକ- ୧୨, ବଲାଙ୍ଗିର- ୫, କଟକ- ୮୮, ଦେବଗଡ଼- ୧୦, ଢେଙ୍କାନାଳ- ୧୬, ଗଜପତି- ୬, ଗଂଜାମ- ୪, ଜଗତସିଂହପୁର- ୨୪, ଯାଜପୁର- ୪୯, ଝାରସୁଗୁଡ଼ା- ୨, କଳାହାଣ୍ଡି- ୭, କନ୍ଧମାଳ-୪, କେନ୍ଦ୍ରାପଡ଼ା- ୩୧, କେନ୍ଦୁଝର- ୧୦, ଖୋର୍ଦ୍ଧା- ୩୫୨, କୋରାପୁଟ- ୬, ମାଲକାନଗିରି- ୭, ମୟୂରଭଞ୍ଜ- ୩୮, ନୟାଗଡ଼- ୧୯, ପୁରୀ- ୩୦ ରାୟଗଡ଼ା- ୭, ସମ୍ବଲପୁର- ୧୩, ସୁବର୍ଣ୍ଣପୁର- ୩, ସୁନ୍ଦରଗଡ଼- ୮, ଷ୍ଟେଟପୁଲ୍- ୭୯ ଚିହ୍ନଟ ହୋଇଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..