Report Card Odisha

| Daily Odia News

ଆଜି ରାଜ୍ୟରେ ୧୦,୬୩୫ ସଂକ୍ରମିତ ଚିହ୍ନଟ, ୧୯ ମୃତ୍ୟୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟରେ ପୁଣି ୧୦,୬୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨କୁ ବୃଦ୍ଧି ପାଇଛି । ପୁଣି ଥରେ ତାଲିକାର ଶୀର୍ଷରେ ରହିଛି ଖୋର୍ଦ୍ଧା ଏବଂ ତା ପଛକୁ ସୁନ୍ଦରଗଡ଼ ଏବଂ କଟକ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୪ ଜଣ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ୧୯ ଜଣ ସଂକ୍ରମିତ । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୧୮୦କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୯୩୪ ଜଣ, କଟକରୁ ୮୮୭ ଜଣ, ସମ୍ବଲପୁରରୁ ୬୪୧ ଜଣ, ଅନୁଗୁଳରୁ ୫୫୯ ଜଣ, ବରଗଡ଼ରୁ ୪୪୩ ଜଣ , ବାଲେଶ୍ୱରରୁ ୩୦୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ୪୬୯, ଝାରସୁଗୁଡ଼ାରୁ ୪୫୬, ପୁରୀରୁ ୪୩୪, ନବରଙ୍ଗପୁରରୁ ୩୩୬, ନୂଆପଡ଼ାରୁ ୩୨୪, ବଲାଙ୍ଗିରରୁ ୩୧୮, ଯାଜପୁରରୁ ୨୯୦, ଗଞ୍ଜାମରୁ ୨୬୬, ନୟାଗଡ଼ରୁ ୨୫୩, କେନ୍ଦୁଝରରୁ ୧୯୩, ରାୟଗଡ଼ାରୁ ୧୫୮, ମୟୂରଭଞ୍ଜ ଓ ବୌଦ୍ଧରୁ ୧୭୯ ଲେଖାଏଁ, ସୁବର୍ଣ୍ଣପୁରୀରୁ ୧୪୯, ଢେଙ୍କାନାଳରୁ ୧୪୬, ଜଗତସିଂହପୁରରୁ ୧୪୦, ଦେବଗଡ଼ରୁ ୧୩୭, କୋରାପୁଟରୁ ୧୨୭, କେନ୍ଦ୍ରାପଡ଼ାରୁ ୧୨୭, ଗଜପତିରୁ ୧୦୧, ଭଦ୍ରକରୁ ୧୦୦, ମାଲକାନଗିରିରୁ ୭୯ ଓ କନ୍ଧମାଳରୁ ୭୩ ଜଣ ଓ ଷ୍ଟେଟ୍ ପୁଲ୍ରୁ ୨୭୩ ଜଣ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୪୮ ହଜାର ୭୫୭ ଟେଷ୍ଟିଂ ହୋଇଛି ।

Breaking News