ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୨୭୪ ଓ ସ୍ଥାନୀୟ ସଂକ୍ରମିତ ୧୯୭ ଜଣ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୫୭ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲ୍ଲାରେ ୪, ବାଲେଶ୍ୱର ୨୬, ବରଗଡ ୨, ଭଦ୍ରକରେ ୪ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ବଲାଙ୍ଗୀରେ ୧, କଟକ ୮୧, ଦେବଗଡ ୨, ଢେଙ୍କାନାଳ ୫, ଜଗତସିଂହପୁର ୧୬ ଓ ଯାଜପୁର ଜିଲାରେ ୨୨ ଜଣ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡାରେ ୩, କନ୍ଧମାଳ ୧, କେନ୍ଦ୍ରାପଡା ୯, କେନ୍ଦୁଝର ୩, ଖୋର୍ଦ୍ଧାରୁ ୧୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଲକାନଗିରିରେ ୨, ମୟୁରଭଞ୍ଜ ୨୨, ନୟାଗଡ ୭, ପୁରୀ ୧୯, ସମ୍ବଲପୁରରେ ୧, ସୁନ୍ଦର ଗଡ ୧ ଓ ଷ୍ଟେଟପୁଲରୁ ୪୪ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୮୭୪ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ସଂପ୍ରତି ରାଜ୍ୟରେ ୬୫୪୮ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି।ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସେହିପରି ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୦୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ…..