ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ୭୩୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତ ଅଛନ୍ତି ୧୦୧ ଜଣ । ନୂତନ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୨୪ ଓ ଲୋକାଲ କେସ୍- ୩୧୦ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୧ ହଜାର ୯୫୦କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୭୩୪ ନୂତନ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୮୧, ଅନୁଗୁଳରୁ ୧୩ଜଣ, ବାଲେଶ୍ୱରରୁ ୩୦ଜଣ, ବରଗଡ଼ରୁ ୫ଜଣ, ଭଦ୍ରକରୁ ୧୦ଜଣ, କଟକରୁ ୯୧ଜଣ, ଢେଙ୍କାନାଳରୁ ୫ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୬ଜଣ, ଜଗତସିଂହପୁରରୁ ୩୨ଜଣ, ଯାଜପୁରରୁ ୨୯ଜଣ, ଝାରସୁଗୁଡ଼ାରୁ ୩ଜଣ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୬ଜଣ, କେନ୍ଦୁଝରରୁ ୩ଜଣ, ଖୋର୍ଦ୍ଧାରୁ ୩୩୫ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ ୪ଜଣ, ମାଲକାନଗିରିରୁ ୨ଜଣ, ମୟୁରଭଞ୍ଜରୁ ୨୭ଜଣ, ନୟାଗଡ଼ରୁ ୭ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୧୭ଜଣ, ରାୟଗଡ଼ାରୁ ୪ଜଣ, ସମ୍ବଲପୁରରୁ ୭ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୩ଜଣ, ଷ୍ଟେଟପୁଲରୁ ୮୧ଜଣ ଚିହ୍ନଟ ହୋଇଛନ୍ତି ।ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସେହିପରି ରାଜ୍ୟରେ ୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଫଳରେ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୮,୧୫୦କୁ ବୃଦ୍ଧି ପାଇଛି ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……