Report Card Odisha

| Daily Odia News

ଆଜି ରାଜ୍ୟରେ ୧୨,୩୯୦ କରୋନା ପଜିଟିଭ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ପୁଣି ଧୀରେ ଧୀରେ ସଂକ୍ରମଣ ବୃଦ୍ଧି ପାଉଛି | ଆଜି ରାଜ୍ୟରେ ୧୨,୩୯୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୩୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୮୮୬୮୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୩୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୪୫୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୫୩୨, ବାଲେଶ୍ୱର ୩୪୦, ବରଗଡ଼ ୫୦୭ , ଭଦ୍ରକ ୪୧୨, ବଲାଙ୍ଗୀର ୪୬୧, ବୌଦ୍ଧ ୨୨୮, କଟକ ୭୧୯, ଦେଓଗଡ଼ ୧୦୮, ଢେଙ୍କାନାଳ ୧୭୪, ଗଜପତି ୧୧୫, ଗଞ୍ଜାମ ୩୮୭, ଜଗତସିଂହପୁର ୨୫୯, ଯାଜପୁର ୪୩୬, ଝାରସୁଗୁଡ଼ା ୪୧୩, କଳାହାଣ୍ଡି ୨୧୦, କନ୍ଧମାଳ ୧୦୨, କେନ୍ଦ୍ରାପଡ଼ା ୧୩୭, କେନ୍ଦୁଝର ୨୦୮, ଖୋର୍ଦ୍ଧା ୨୨୦୧, କୋରାପୁଟ ୨୪୬, ମାଲକାନଗିରି ୧୦୩, ମୟୁରଭଞ୍ଜ ୪୮୦, ନବରଙ୍ଗପୁର ୩୬୨ଜଣ, ନୟାଗଡ଼ ୩୦୧, ନୂଆପଡ଼ା ୨୦୪, ପୁରୀ ୪୬୯, ରାୟଗଡ଼ା ୧୮୭, ସମ୍ବଲପୁର ୬୭୭, ସୋନପୁର ୧୭୮, ସୁନ୍ଦରଗଡ଼ ୮୮୨ଜଣ, ଷ୍ଟେଟ୍‌ ପୁଲ୍‌ରୁ ୩୫୨ ରହିଛନ୍ତି ।

Breaking News