ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପୁଣି ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୪୩୯ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୫୦୫୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୫୫୮୯୯ରେ ପହଞ୍ଚିଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୮୬୭ , ବାଲେଶ୍ୱର ୫୨୪ , ବରଗଡ଼ ୩୯୫, ଭଦ୍ରକ ୧୩୪, ବଲାଙ୍ଗୀର ୨୯୪, ବୌଦ୍ଧ ୩୧୩, କଟକ ୧୧୦୭, ଦେଓଗଡ଼ ୧୧୪, ଢେଙ୍କାନାଳ ୨୫୧, ଗଜପତି ୮୬, ଗଞ୍ଜାମ୨୨୮, ଜଗତସିଂହପୁର ୩୩୫, ଯାଜପୁର ୩୭୮, ଝାରସୁଗୁଡ଼ା ୨୪୭, କଳାହାଣ୍ଡି ୨୦୫ଜଣ, କନ୍ଧମାଳ ୧୦୧, କେନ୍ଦ୍ରାପଡ଼ା ୨୦୪, କେନ୍ଦୁଝର ୧୯୩, ଖୋର୍ଦ୍ଧା ୧୪୯୭, କୋରାପୁଟ ୨୬୬, ମାଲକାନାଗିରି ୧୧୦, ମୟୁରଭଞ୍ଜ ୫୩୮, ନବରଙ୍ଗପୁର ୩୪୬, ନୟାଗଡ଼ ୩୮୨, ନୂଆପଡ଼ା ୧୫୨, ପୁରୀ ୪୨୪, ରାୟଗଡ଼ା ୨୩୩, ସମ୍ବଲପୁର ୩୯୩, ସୋନପୁର ୨୨୭, ସୁନ୍ଦରଗଡ଼ ୭୦୩ , ଷ୍ଟେଟ୍ ପୁଲ୍ରୁ ୨୬୧ଜଣ ରହିଛନ୍ତି ।
More Stories
ପୋଲିସ ଗାଡ଼ି ଧକ୍କାରେ ଯୁବକ ମୃତ୍ୟୁ…..
ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଉପହାର…..
୨୪ ମାଓବାଦୀଙ୍କ ଆତ୍ମସମର୍ପଣ…..