ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସପାଉଛି | ଆଜି ଦିନକରେ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୬୨ ଓ ସ୍ଥାନୀୟ ସଂକ୍ରମିତ ୪୩ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୯ ଜଣ ଅଛନ୍ତି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ରାଜ୍ୟର ଅନୁଗୁଳ ଜିଲ୍ଲାରେ ୩, ବାଲେଶ୍ୱର ୧, ବରଗଡ ୨, ଭଦ୍ରକ ୧, କଟକ ୪, ଗଞ୍ଜାମ ୪, ଯାଜପୁର ୫ ଓ କନ୍ଧମାଳରେ ଜଣେ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ୪, କେନ୍ଦୁଝର ୫, ଖୋର୍ଦ୍ଧା ୪୮, ମୟୁରଭଞ୍ଜ ୧୦, ନୟାଗଡ ୨, ସମ୍ବଲପୁର ୨, ସୁନ୍ଦରଗଡ ୧ ଓ ଷ୍ଟେଟପୁଲରୁ ୧୨ ଜଣଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୦୩୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୨୧୨ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୨୨୦୫ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସେହିପରି ମୃତକ ଜଣକ ପୁରୀ ଜିଲ୍ଲାର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧିପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Discussion about this post