Report Card Odisha

| Daily Odia News

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪,୭୧୪ କରୋନା ସଂକ୍ରମିତ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦୁଇ ମାସପରେ ରାଜ୍ୟରେ ଆଜି ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ | ଗତ ୨୪ ଘଣ୍ଟା ମଧ୍ୟରେ ୪,୭୧୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧରୁ ୨୭୫୫, ସ୍ଥାନୀୟ ଅଂଚଳରୁ ୧୯୫୯ ଓ ୧୮ ବର୍ଷ ବୟସ ମଧ୍ୟରେ ୪୧୬ ଜଣ ଅଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୦ ହଜାର ୮୬୯କୁ ବୃଦ୍ଧି ପାଇଛି। ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧୯ ଚିହ୍ନଟ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୬୬୨, ସମ୍ବଲପୁରରୁ ୪୩୭, କଟକରୁ ୩୬୦ ଓ ଝାରସୁଗୁଡାରୁ ୧୫୪ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୧୨୩, ପୁରୀରୁ ୧୧୯, ମୟୁରଭଞ୍ଜରୁ ୧୧୩, ବଲାଙ୍ଗୀରରୁ ୯୯, ଯାଜପୁରରୁ ୮୩, ଗଂଜାମରୁ ୭୦, କୋରାପୁଟରୁ ୬୫, ଜଗତସିଂହପୁରରୁ ୬୩, ବରଗଡ଼ରୁ ୫୬, ସୋନପୁରରୁ ୪୬, କେନ୍ଦୁଝରରୁ ୪୩, ନବରଙ୍ଗପୁରରୁ ୩୭, ଦେବଗଡ଼ରୁ ୩୬, ନୟାଗଡ଼ରୁ ୩୪, ଗଜପତି, ନୂଆପଡ଼ାରୁ ୩୨ ଜଣ ଲେଖାଏଁ ଓ ରାୟଗଡ଼ାରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୨୨, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୦, ଢେଙ୍କାନାଳରୁ ୯, ଭଦ୍ରକରୁ ୭, ବୌଦ୍ଧରୁ ୬, ମାଲକାନଗିରିରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୩୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା। ୨୬୦ ଜଣ କରୋନାରୁ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୨୩୧କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୧୬ ହଜାର ୧୧୭ ଆକ୍ରାନ୍ତ ସକ୍ରିୟ ଚିକିତ୍ସାଧୀନ ଥିବା ଜଣାପଡିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି |

Breaking News