ରିପୋର୍ଟ କାର୍ଡ / ପୁରୀ
ଆଜିଠୁ ଜାନୁଆରୀ ୩୧ ଯାଏ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ । ଶ୍ରୀମନ୍ଦିରରେ ଚଳିତ ମାସ ପାଇଁ ଗତକାଲି ଭକ୍ତଙ୍କ ପାଇଁ ଥିଲା ଶେଷ ଦର୍ଶନ। କାରଣ ଆଜି ରବିବାର ଶ୍ରୀମନ୍ଦିର ବନ୍ଦ । ସୂଚନା ଅନୁସାରେ- ସୋମବାରଠୁ ୩୧ତାରିଖ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ କଟକଣା ଲଗାଯାଇଛି । ଏଥିପାଇଁ ଗତକାଲି ଦିନ ତମାମ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ସନ୍ଧ୍ୟାରେ ମରଚିକୋଟ ଛକଠାରୁ ଭକ୍ତଙ୍କର ଲାଗିଥିଲା ଲମ୍ବା ଧାଡି। ରାତି ୮ଟା ୩୦ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ଥିବାରୁ ଶହ ଶହ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିବା ବେଳେ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ବଢ଼ି ଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହୋଇଥିବା ଅସ୍ଥାୟୀ ବ୍ୟାରିକେଡ ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରୁଥିଲେ ମଧ୍ୟ , କିଓସ୍କରେ ପ୍ରମାଣ ପତ୍ର ଯାଞ୍ଚ କରିବା ଅସମ୍ଭବ ହୋଇପଡ଼ିଥିଲା। ଭକ୍ତଙ୍କ ଅସମ୍ଭବ ଭିଡ଼ ଯୋଗୁଁ ଗୋଟିଏ କିଓସ୍କ ମଧ୍ୟ ଭାଙ୍ଗି ଯାଇଥିଲା। ତେବେ ଭକ୍ତଙ୍କ ଭାବନାକୁ ଦୃଷ୍ଟିରେ ରଖି ପୋଲିସ ଅଧିକାରୀ ଓ କର୍ମଚାରୀମାନେ ବିନା କୌଣସି ପ୍ରମାଣ ପତ୍ରରେ ସେମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପର୍ଯ୍ୟାୟ କ୍ରମେ ଛାଡିଥିଲେ। କୋଭିଡ୍ ସଂକ୍ରମଣ ବଢି଼ବା ସହ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ କୋଭିଡ୍ ପଜିଟିଭ୍ ବାହାରିଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତିରେ ଯେଭଳି କୈାଣସି ପ୍ରଭାବ ନପଡ଼ିବ ସେନେଇ ଶ୍ରୀମନ୍ଦିର ବନ୍ଦ ରଖିବାକୁ ପୂର୍ବରୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିଲା। ଯାହା ଫଳରେ ଗତକାଲି ଶେଷ ଦର୍ଶନ ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଥିଲା। । ଆଜିଠାରୁ ଶ୍ରଦ୍ଧାଳୁମାନେ କେବଳ ପତିତପାବନଙ୍କୁ ଦର୍ଶନ କରିପାରିବେ। ସେହିପରି ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଟୋକନ ବ୍ୟବସ୍ଥା କରାଯିବ।
More Stories
ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ଭତ୍ତା ବୃଦ୍ଧି…..
ଇରାନ ସେନା ମୁଖ୍ୟ,କମାଣ୍ଡରଙ୍କ ସହିତ ୨ ବୈଜ୍ଞାନିକଙ୍କ ମୃତ୍ୟୁ…..
ଆଉ କେହି ଠକିପାରିବେନ ସରକାରୀ ଅଧିକାରୀ…..