Report Card Odisha

| Daily Odia News

ରାଜ୍ୟରେ ୨ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ସଂଖ୍ୟା ବଢିଛି | ଆଜି ରାଜ୍ୟରେ ୨ ଶହ ଅତିକ୍ରମ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହି ଆକ୍ରାନ୍ତଙ୍କ ମଧ୍ୟରେ କୱାରେଣ୍ଟିନ ୧୧୬ଥିବା ବେଳେ ୮୮ ଲୋକାଲ କଣ୍ଟାକଟ କେଶ ରହିଛି | ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି | ରାଜ୍ୟରେ ମୋଟ ୩ ଲକ୍ଷ ୩୯ ହଜାର ୪୬୦ କୁ କରୋନା ସଂକ୍ରମଣ ବୃଦ୍ଧି ପାଇଛି | ଗତକାଲି ୩୦ ହଜାର ୭୨୯ ନମୁନା ପରୀକ୍ଷଣ କରାଯାଇଥିଲା।  ଆଜି  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପା  ସୁନ୍ଦରଗଡ଼ରୁ  ୨୭, ବଲାଙ୍ଗିର ଓ କଟକରୁ ୨୦ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ବରଗଡ଼ରୁ ୧୩ ଓ ବାଲେଶ୍ୱରରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ, କୋରାପୁଟ, ସମ୍ବଲପୁରରୁ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିଶାଇବା ପରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ୍‌ ୧୧୫୧ ଥିବାବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୩୬ ହଜାର ୩୩୭ ଆକ୍ରାନ୍ତ।

Breaking News