Report Card Odisha

| Daily Odia News

ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୩ହଜାର ୪୮୦ ନୂଆ ଆକ୍ରାନ୍ତ ଚିହ୍ନଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଗତ ୨୪ ଘଣ୍ଟାରେ ୫୩ହଜାର ୪୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୧ଲକ୍ଷ ୪୯ହଜାର ୩୩୫କୁ ବୃଦ୍ଧି ପାଇଛି । ଏବେ କରୋନାର ଦୈନିକ ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଇଲାଣି । ଗତ ୨୪ ଘଣ୍ଟାରେ ୩୫୪ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୨୭୧ । ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୬୨ହଜାର ୪୬୮କୁ ବୃଦ୍ଧି ପାଇଛି । ଏହି ସମୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୪୧ହଜାର ୨୮୦ ଆକ୍ରାନ୍ତ । ସୁସ୍ଥ ହୋଇଛନ୍ତି ୧କୋଟି ୧୪ଲକ୍ଷ ୩୪ହଜାର ୩୦୧ ସଂକ୍ରମିତ । ଏବେ ଦେଶରେ ୫ଲକ୍ଷ ୫୨ହଜାର ୫୬୬କୁ ବୃଦ୍ଧି ପାଇଛି କୋଭିଡ୍ ଆକ୍ଟିଭ କେସ୍ । ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ସଂକ୍ରଣ ବଢୁଛି । ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ୮୦ ପ୍ରତିଶତରୁ ଅଧିକ କେବଳ ଏସବୁ ରାଜ୍ୟରୁ ଚିହ୍ନଟ ହେଉଛନ୍ତି । ସେହିପରି ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡ଼ରେ ଅଧିକ କରୋନାରେ ପ୍ରାଣ ହରାଉଛନ୍ତି |

Breaking News