Report Card Odisha

| Daily Odia News

ଆଜି ଭାରତ ଆସୁଛି ୩ ରାଫେଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରାନ୍ସରୁ ୩ଟି ରାଫେଲ ଯୁଦ୍ଧ ବିମାନ ଆଜି ଭାରତ ଆସୁଛି । ଏହି ବିମାନଗୁଡ଼ିକ ବାଟରେ କୌଣସି ସ୍ଥାନରେ ନ ଅଟକି ସିଧାସଳଖ ଫ୍ରାନ୍ସରୁ ଭାରତ ଉଡ଼ାଣ କରି ସନ୍ଧ୍ୟାରେ ଅମ୍ବାଲା ବିମାନଘାଟିରେ ଲ୍ୟାଣ୍ଡ କରିବ । ଫ୍ରାନ୍ସ ଏବଂ ଭାରତୀୟ ଦୂତାବାସରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ବାୟୁସେନାର ଏକ ଟିମ୍‌ ୩ଟି ରାଫେଲ ଆଣିବା ଲାଗି ପୂର୍ବରୁ ଫ୍ରାନ୍ସ ଯାଇଥିଲେ। ୩ଟି ରାଫେଲ ବାରଡକ୍ସର ମେରିଗ୍ନାକ ବିମାନଘାଟିରୁ ବୁଧବାର ସକାଳ ୭ଟାରେ ଉଡ଼ାଣ ଆରମ୍ଭ କରିଛନ୍ତି। ସନ୍ଧ୍ୟା ପ୍ରାୟ ୭ଟାରେ ବିମାନଗୁଡ଼ିକ ଅମ୍ବାଲାରେ ଅବତରଣ କରିବା ନେଇ ସୂଚନା ମିଳିଛି । କେବଳ ୟୁନାଇଟେଡ ଆରବ ଏମିରେଟ୍ସ ଆକାଶରେ ବିମାନଗୁଡ଼ିକରେ ଇନ୍ଧନ ଭରଣ କରାଯିବ। ସୂଚନାଯୋଗ୍ୟ, ଭାରତ ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କିଣିବା ଲାଗି ୫୯ ହଜାର କୋଟି ଟଙ୍କାର ଚୁକ୍ତି କରିଛି। ଗତବର୍ଷ ଜୁଲାଇ ୨୮ରେ ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧ ବିମାନ ଆସିଥିଲା। ୨ୟ ପର୍ଯ୍ୟାୟରେ ୩ଟି ବିମାନ ଆସୁଥିବାବେଳେ ଏପ୍ରିଲରେ ଆଉ ୯ଟି ବିମାନ ଆସିବ ସୂଚନା ମିଳିଛି ।

Breaking News