ରିପୋର୍ଟ କାର୍ଡ / ଭୁବନେଶ୍ବର
ମହାମାରୀ କରୋନା ଦ୍ୱିତୀୟ ଲହର ଆସନ୍ତା ମେ ମାସରେ ପିକ କରିବ ବୋଲି ବିଶେଷଜ୍ଞ କହିଛନ୍ତି । ଅନ୍ୟପଟେ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଜରୁରୀ ନ ଥିଲେ ମେଡିକାଲରେ ଭିଡ ନ କରିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି ଜରୁରୀ ନ ଥିଲେ ଅସ୍ତ୍ରୋପଚାର କରାଯିବ ନାହିଁ । ଶୀଘ୍ର ଡାକ୍ତରଖାନା ପାଇଁ ଏକ ଗାଇଡଲାଇନ ଜାରି କରାଯିବ। ମେ’ ମାସରେ ଶୀର୍ଷ ଛୁଇଁପାରେ କରୋନାର ଦ୍ୱିତୀୟ ଲହର । ସତର୍କ ରହିବାକୁ ପରାମର୍ଶ ଦେଲେ ବିଶେଷଜ୍ଞ । ୨୪ ଘଣ୍ଟାରେ ରାଜ୍ୟରେ ୧୭ଶହ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୦୪ ଜଣ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ରାଜ୍ୟରେ କରୋନାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବଢ଼ିବାରେ ଲାଗିଛି କେବେ କରୋନାର ଦ୍ୱିତୀୟ ଲହର ଶୀର୍ଷକୁ ପହଁଚିବ, ଏ ନେଇ ସଠିକ୍ ଆକଳନ କରାଯାଇ ପାରୁନାହିଁ । ତେବେ ମେ’ ମାସରେ ଶୀର୍ଷ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ଏଭଳି ସ୍ଥିତିରେ ହସପିଟାଲରେ ଭିଡ଼ ନ କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ନିହାତି ଜରୁରୀ ନ ଥିଲେ ହସପିଟାଲ ନ ଆସିବାକୁ ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ। ସଂକ୍ରମଣ ବଢୁଥିବାରୁ ମେଡିକାଲ ଭଳି ସ୍ଥାନରେ ଗହଳି କରି ଘରକୁ ସଂକ୍ରମଣ ନେଇ ଯାଆନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି । ଅତି ଆବଶ୍ୟକ ନଥିଲେ ଅସ୍ତ୍ରୋପଚାର ଆଦି ସେବା ନଦେବାକୁ ହସପିଟାଲକୁ କୁହାଯାଇଛି । ଓପିଡି ଆସୁଥିବା ରୋଗୀଙ୍କୁ ବାରମ୍ବାର ନ ଡାକିବା ପାଇଁ ଡାକ୍ତରମାନଙ୍କୁ କୁହାଯାଇଛି । ଟେଲି ମେଡିସିନ୍ ଜରିଆରେ ପରାମର୍ଶ ନେବାକୁ ଲୋକଙ୍କୁ ଅପିଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସେପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ମେଡିକାଲ୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରତି ଜିଲ୍ଲାରେ କଲ୍ ସେଂଟର ଖୋଲାଯାଇଛି । ଅକ୍ସିଜେନ୍, ଭେଂଟିଲେଟର, ଔଷଧର ଆବଶ୍ୟକତା ନେଇ ତର୍ଜମା ଚାଲିଛି ।
More Stories
ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ଫୁଲ ଡ୍ରେସ୍ ରିହରସାଲ୍…..
କମିବାର ନାଁ ନେଉନାହିଁ ଝାଡାବାନ୍ତି : ୮୮ ଆକ୍ରାନ୍ତ…..
ଚଳିତ ବର୍ଷ ୪୦ ହଜାର ନୂଆ ନିଯୁକ୍ତି:ମୁଖ୍ୟମନ୍ତ୍ରୀ……