ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି | ରାଜ୍ୟରେ ଦିନକରେ ୭୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କୱାରେଣ୍ଟିନ କେନ୍ଦ୍ରରୁ ୪୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୨ ଲୋକାଲ କଣ୍ଟାକଟ କେସ ରହିଛି । ମୋଟ ପଜିଟିଭ ୩,୪୪,୬୪୭ କୁ ବୃଦ୍ଧି ପାଇଛି। ୩,୩୮,୪୧୬ ସୁସ୍ଥ ହୋଇଥିବା ବେଳେ ୪,୨୫୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୧୪୭ ଓ ଖୋର୍ଦ୍ଧାରୁ ୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ୧୭, ବାଲେଶ୍ୱର ୬, ବରଗଡ ୪୮, ଭଦ୍ରକ ୧୦, ବଲାଙ୍ଗୀର ୧୪, ବୌଦ୍ଧ ୨, କଟକ ୪୬, ଦେଓଗଡ ୧, ଢେଙ୍କାନାଳ ୩, ଗଞ୍ଜାମ ୯, ଜଗତସିଂହପୁର ୯, ଯାଜପୁର ୧୬, ଝାରସୁଗୁଡା ୩୧, କଳାହାଣ୍ଡି ୩୮, କନ୍ଧମାଳ ୪, କେନ୍ଦ୍ରାପଡା ୧, କେନ୍ଦୁଝର ୩୯, କୋରାପୁଟ ୯, ମାଲକାନଗିରି ୨, ମୟୁଭରଞ୍ଜ ୨୪, ନବରଙ୍ଗପୁର ୨୩, ନୟାଗଡ ୭, ନୂଆପଡା ୩୧, ପୁରୀ ୪୩, ରାୟଗଡା ୧୪, ସମ୍ବଲପୁର ୪୫, ସୋନପୁର ୭ , ଷ୍ଟେଟ ପୁଲରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛି।
More Stories
ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ଆବେଦନ…..
ଜାଲିକାଟୁ ଖେଳରେ ୭ ମୃତ,୪୦୦ରୁ ଅଧିକ ଆହତ….
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା;ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ…..