Report Card Odisha

| Daily Odia News

ରାଜ୍ୟରେ ୧୮୩ କରୋନା ସଂକ୍ରମିତ ଚିହ୍ନଟ,ଜଣେ ମୃତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ ଆକ୍ରାନ୍ତଂକର ମୃତ୍ୟୁ ହୋଇଛି ।ଏହି ମୃତକ କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣାଯାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୩୦ ଜଣ ରହିଛନ୍ତି । ସଂଗରୋଧରୁ ୧୦୮ ଏବଂ ସ୍ଥାନୀୟ ସଂକ୍ରମିତ ୭୫ ଜଣଙ୍କୁ ଚିହ୍ନଟ କରାଯାଇଛି ।ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୩୩୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନଗୁଳରେ ୩, ବାଲେଶ୍ୱର ୨, ବରଗଡ ୧, କଟକ ୧୩, ଦେବଗଡ ୮, ଗଞ୍ଜାମ ୧, ଜଗତସିଂହପୁରରେ ୫ ଚିହ୍ନଟ ହୋଇଛନ୍ତି । ଯାଜପୁର ୩, ଝାରସୁଗୁଡା ୩, କେନ୍ଦ୍ରାପଡା ୨, ଖୋର୍ଦ୍ଧା ୯୯, ମୟୁରଭଞ୍ଜ ୧, ନୟାଗଡ ୪, ରାୟଗଡା ୧, ସମ୍ବଲପୁର ୭, ସୋନପୁର ୧, ସୁନ୍ଦରଗଡ ୬ ଏବଂ ଷ୍ଟେଟପୁଲରୁ ୨୩ ଜଣଙ୍କୁ ଚିହ୍ନଟ କରାଯାଇଛି । ଏନେଇ ରାଜ୍ୟ ସୋଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସେହିପରି ଜଣେ ମୃତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୭ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Breaking News