ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାରଙ୍କ ପାଖରେ ଏବେ ୧୭ ଲକ୍ଷ ଡୋଜ୍ କରୋନା ଟିକା ମହଜୁଦ ଅଛି। ୪୦ ଲକ୍ଷ ଡୋଜ୍ ପହଞ୍ଚି ସାରିଛି। ରାଜ୍ୟରେ ୨୩ ଲକ୍ଷ ଡୋଜ୍ ଦିଆସରିଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏପ୍ରିଲ୍ ପହିଲାରୁ ଦୈନିକ ୨ ଲକ୍ଷ ଟିକାଦାନ ଲାଗି ଲକ୍ଷ୍ୟ ରଖାଯାଇଛି। ଏପ୍ରିଲ୍ ୨ରେ ଆଉ ୯ ଲକ୍ଷ ୮୮ ହଜାର ୨୫୦ ଡୋଜ୍ ଟିକା ଆସିବ। ଟିକାକରଣରେ ରାଜ୍ୟର ୯ଟି ଜିଲ୍ଲା ପଛରେ ଥିବା କହିଛନ୍ତି ନିର୍ଦ୍ଦେଶକ। ଅନୁଗୁଳ, ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ମୟୂରଭଞ୍ଜ, ସୋନପୁର, ନବରଙ୍ଗପୁର ଓ ନୂଆପଡ଼ା ଟିକାକରଣରେ ପଛରେ ପଡ଼ିଛନ୍ତି। ଟିକା ନଷ୍ଟ ହେବାରେ ମଧ୍ୟ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ଅଛି। ଅନ୍ୟ ରାଜ୍ୟରେ ୧୦% ନଷ୍ଟ ହୋଇଥିବା ବେଳେ ଓଡ଼ିଶାରେ ୦.୨% ଟିକା ନଷ୍ଟ ହେଉଛି । ଏହାରି ଭିତରେ କରୋନା ଗ୍ରାଫ ମଧ୍ୟ ଦିନକୁ ଦିନ ଉପରମୁହାଁ ହେଲାଣି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୧୮ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୧୨୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୮୯। ବରଗଡ଼ ଜିଲ୍ଲାରୁ ସର୍ବାଧିକ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୨୯, ସୁନ୍ଦରଗଡ଼ରୁ ୨୬, ଖୋର୍ଦ୍ଧାରୁ ୨୫, କଟକରୁ ୧୬, କଳାହାଣ୍ଡିରୁ ୧୩ ଓ ଅନୁଗୁଳରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୨୦କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୩୬ ହଜାର ୮୦୯ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଆକ୍ଟିଭ କେସ୍ ଏବେ ୧୮୩୭ ରହିଛି।
More Stories
ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅରୁଣ କହିଲେ….
କଂଗ୍ରେସର ୧୨ ବିଧାୟକ ନିଲମ୍ବିତ……
ଭିଜିଲାନ୍ସ ଜାଲରେ ପତି-ପତ୍ନୀ…..