Report Card Odisha

| Daily Odia News

କରୋନା ଟିକା ନେଇପାରିବେନାହିଁ ଗର୍ଭବତୀ-ସ୍ତନ୍ୟପାନ କରାଉଥିବା ମହିଳା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦେଶ ରାଜ୍ୟରେ କରୋନା ସଂକ୍ରମଣ ପ୍ରକୋପ ବଢି ବଢି ଚାଲିଛି | ଏହାକୁ ମାତ ଦେବାପାଇଁ ଅସ୍ତ୍ର ସାଜିଛି କରୋନା ଟୀକା | ଦେଶରେ ଟୀକାରରଣ ଜାରିରହିଛି | ହେଲେ ଏହି ଟିକା କଣ ସମସ୍ତେ ନେଇ ପାରିବେ କିନାହିଁ ଜାଣିବା ନିହାତି ଦରକାର | ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା କରୋନା ଟିକା ନେଇ ପାରିବେ ନାହିଁ। ଆଜି ଏହି ସୂଚନା ଦେଇଛନ୍ତି ଏସ୍‌ବି ମେଡିକାଲ ସ୍ତ୍ରୀ ଏବଂ ପ୍ରସୂତି ବିଭାଗ ମୁଖ୍ୟ ତୁଷାର ଜ୍ୟୋତି କର। ଏପରି କି କରୋନା ସଂକ୍ରମଣ ସମୟରେ ଗର୍ଭ ଧାରଣ କଲେ କିପରି ସତର୍କତା ଅବଲମ୍ବନ କରିବେ ସେ ନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କରୋନା ସମୟରେ ଗର୍ଭଧାରଣ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଡାକ୍ତରଙ୍କ ପରାମର୍ଶରେ ହେଳା କଲେ ମା’ ଓ ଛୁଆଙ୍କ ପ୍ରତି ବିପଦ ହୋଇପାରେ। କୋଭିଡ୍‌ ଗାଇଡଲାଇନ ମାନି ଗର୍ଭବତୀଙ୍କ ଅଲଟ୍ରାସାଉଣ୍ଡ କରାଇବା ଉଚିତ। କରୋନାରେ ମା’ ଆକ୍ରାନ୍ତ ହେଲେ ପ୍ରି’ ମ୍ୟାଚୁଅର ଡେଲିଭରି ହେଉଥିବା ଗବେଷଣାରୁ ଜଣାପଡିଛି। କରୋନା ଆକ୍ରନ୍ତ ହୋଇ ଗର୍ଭବତୀ ମହିଳା ଗୁରୁତର ହେଲେ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲରେ ବିଶେଷ ବ୍ୟବସ୍ଥା ହୋଇଛି। ମେଡିକାଲରେ ୩୦ଟି ସ୍ବତନ୍ତ୍ର ବେଡ ସହ ଆଇସିୟୁର ବ୍ୟବସ୍ଥା କରାଯାଇଛି। ଗୋଟିଏ ଡୋଜ ଟିକା ନେବା ପରେ ଗର୍ଭ ରହିଲେ ଦ୍ୱିତୀୟ ଡୋଜ ନେଇପାରିବେ ନାହିଁ। ପ୍ରସବ ଓ ସ୍ତନ୍ୟପାନ ଅବଧି ଶେଷ ପରେ ପୁଣି ମୂଳରୁ କରୋନା ଟିକା ଡୋଜ ଆରମ୍ଭ କରିବେ।

Breaking News