ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢି ବଢି ଚାଲିଛି | ଭୁବନେଶ୍ୱର ରେ ରହିଥିବା ବହୁ ବରିଷ୍ଠ ଜନସାଧାରଣ ଙ୍କ ସମେତ ଅନେକଙ୍କ ପରିବାର କରୋନା ସଂକ୍ରମିତ ହୋଇଛନ୍ତି | ଉକ୍ତ ସମୟରେ ଖାଦ୍ୟ ତିଆରି କରିପାରୁ ନାହାନ୍ତି | ଏହି ଦୁଖଦଃ ସମୟରେ ସହୋଯୋଗ ର ହାତ ବଢ଼ାଇଛନ୍ତି ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ, ନିର୍ମଳା କୃତି ବିକାଶ ଟ୍ରଷ୍ଟ, କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଓ ମା ଖଣ୍ଡୁଆଳି ଉଠା ବ୍ୟବସାୟୀ ସଂଘ | ଆଜିକୁ ୯ଦିନ ହେବ ଟ୍ରଷ୍ଟ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି | ଭୁବନେଶ୍ୱର ର ବରମୁଣ୍ଡା, ଚନ୍ଦ୍ରଶଖରପୁର ବାଳକାଟି,ଲକ୍ଷ୍ମିଶାଗର , ନୟାପଲ୍ଲୀ, ପଲାସୁଣି,ପଲାସପଲ୍ଲୀ , ଶହୀଦନଗର,, ଝାରପଡ଼ା , ଆଚାର୍ଯ୍ୟବିହାର ଓ ଅନ୍ୟାନ୍ୟ ଜାଗା ଗୁଡିକରେ ରହୁଥିବା ମହାମାରୀରେ ପୀଡ଼ିତ ପରିବାର ମାନଙ୍କୁ ଦେୟ ମୁକ୍ତ ଖାଦ୍ୟ ବଣ୍ଟା ଯାଉଛି | ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବା ନିମନ୍ତେ ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ ଦିଲ୍ଲୀପ ପଟନାୟକ, ଶ୍ରୀ ଉମାନାଥ ମିଶ୍ର, ଶ୍ରୀ ଲଲିତ ମୋହନ ପଣ୍ଡା, ଶ୍ରୀ ମନୋଜ କୁମାର ରାଉଳ, ଶ୍ରୀ ରଞ୍ଜନ ସାମଲ, ଶ୍ରୀନିବାସ ରାଓ, ରାହୁଲ ପଲେଇ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହଯୋଗ ରେ କାର୍ଯ୍ୟକାରୀ କରାଯାଉଛି |
More Stories
ଆସିଲା ବାତ୍ୟା ‘ଦାନା’ ଘଟାଇଥିବା କ୍ଷୟକ୍ଷତି ରିପୋର୍ଟ…..
୩୧୦୦ ଟଙ୍କାରେ ଧାନ କିଣିବେ ସରକାର…..
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ…..